21 January 2017
3:35:44 AM
image
Sambad News
କୋରାପୁଟ

ସଡକ ଦୁର୍ଘଟଣାରେ ଯୁବକ ମୃତ

By Sambad | Date: Jan 3 2017 6:07AM
ସଡକ ଦୁର୍ଘଟଣାରେ ଯୁବକ ମୃତ

କୋରାପୁଟ: କୋରାପୁଟ ଟାଉନ ଥାନା ଅନ୍ତର୍ଗତ କହ୍ନେଇପୁଟ ଗ୍ରାମର ମାଧବ ନାୟକ ନାମକ ଜଣେ ଯୁବକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମାଧବ ରବିବାର ରାତିରେ ମହାଦେଇପୁଟରୁ ରବିବାର ରାତିରେ ନିଜ ମୋଟର ସାଇକେଲରେ କୋରାପୁଟ ଫେରୁଥିଲା ସମୟରେ ମଣ୍ଡାଗୁଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।