30 March 2017
10:08:38 PM
Sambad News
କୋରାପୁଟ

ଦୁଷ୍କର୍ମ ଅଭିଯୋଗରେ କଲେଜ ଛାତ୍ର ଗିରଫ

By Sambad | Date: Jan 5 2017 10:29AM
ଦୁଷ୍କର୍ମ ଅଭିଯୋଗରେ କଲେଜ ଛାତ୍ର ଗିରଫ

କୋରାପୁଟ: ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୁଲିସ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ର ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସରପାଲି ଗାଁର ପୀତାମ୍ବର କନ୍ଧପାନ। ସେ ଜୟପୁରରେ ଏକ କଲେଜରେ ପଢୁଥିଲାବେଳେ କୋରାପୁଟର ଏକ ଦୋକାନରେ କାମ କରୁଥିବା ବନ୍ଧୁଗାଁ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା।

ପରେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଫଳରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ଯୁବତୀ ଜଣଙ୍କ ବିବାହ କରିବାକୁ ଜିଦ ଧରିଥିଲେ। କିନ୍ତୁ ପୀତାମ୍ବର ବିବାହ କରିବା ପରିବର୍ତ୍ତେ ତାଙ୍କ ଗର୍ଭପାତ କରାଇ ଦେଇଥିଲେ। ଏହା ପରେ ସେ ଯୁବତୀଜଣଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିନେଇ କୋରାପୁଟ ଟାଉନ ଥାନାରେ ଯୁବତୀ ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ପୁଲିିସ ଆଜି ଗିରଫ କରିବା ପରେ ତାଙ୍କ ଡାକ୍ତରୀ ମାଇନା କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସୂଚନା ଦେଇଛନ୍ତି।