20 February 2017
12:21:06 AM
Sambad News
କୋରାପୁଟ

ଯୁବତୀଙ୍କୁ ଦୁଷ୍କର୍ମ ,ଯୁବକ ଗିରଫ

By Sambad | Date: Jan 7 2017 11:19AM
ଯୁବତୀଙ୍କୁ ଦୁଷ୍କର୍ମ ,ଯୁବକ ଗିରଫ

କୋରାପୁଟ: ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଲେ। ୪ବର୍ଷ ଧରି ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ଏବେ ବାହା ହେବାକୁ ମନା କରିଦେଲେ। ଏମିତି ସଙ୍ଗୀନ ଅଭିଯୋଗରେ ଆଜି କୋରାପୁଟ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣଙ୍କ ହେଉଛନ୍ତି କୋରାପୁଟ ସଦର ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମର ମଙ୍ଗଳା ଗୌଡ(୨୪ବର୍ଷ)। ସେ ସାଧାରଣ ବର୍ଗର ହୋଇଥିଲାବେଳେ ତାଙ୍କ ଗ୍ରାମ ନିକଟସ୍ଥ ଜଣେ ଆଦିବାସୀ ଯୁବତୀଙ୍କୁ ୪ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ପଛାଇ ନ ଥିଲେ। କିନ୍ତୁ ବିବାହ ହେବା ଆଶାରେ ଯୁବତୀ ଜଣଙ୍କ ନୀରବ ରହିଥିଲେ। ସେମାନଙ୍କ ସଂପର୍କ ବିଷୟରେ କାହାରିକୁ କିଛି କହି ନ ଥିଲେ। ଏବେ କିନ୍ତୁ ଯୁବକ ଜଣଙ୍କ ବିବାହ କରିବାକୁ ମନା କରି ଦେବାରୁ ଯୁବତୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଯୁବତୀ ଜଣଙ୍କ ପକ୍ଷରୁ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଥାନାରେ ୨/୧୬ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା। ଯୁବକଙ୍କ ବିରୋଧରେ ଦୁଷ୍କର୍ମ ସହ ଜାତିଆଣ ଆକ୍ଷେପ ମାମଲା ଲାଗିଥିବାରୁ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ ଏହାର ତଦନ୍ତ କରୁଥିଲେ। ଶେଷରେ ପୁଲିସ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।