30 March 2017
12:04:27 PM
Sambad News
କୋରାପୁଟ

ବିଦ୍ୟୁତ ଆଘାତରେ କୃଷି ଶ୍ରମିକଙ୍କ ମୃତ୍ୟୁ

By Sambad | Date: Jan 11 2017 1:37PM
ବିଦ୍ୟୁତ ଆଘାତରେ କୃଷି ଶ୍ରମିକଙ୍କ ମୃତ୍ୟୁ
wikihow

ଜୟପୁର:  ଆଜି ବାଇଗଣ କିଆରିରେ ବିଦ୍ୟୁତ ଆଘାତ ଲାଗି  ଜୟପୁର ଥାନା ଅନ୍ତର୍ଗତ ନୂଆପୁଟ ଗ୍ରାମର  ମନ ପରଜାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାଦାବିରେ ଗ୍ରାମବାସୀମାନେ ଅଡ଼ିବସିଛନ୍ତି।
ମିଳିଥିବା ଖବରରୁ ପ୍ରକାଶ ଯେ, ଜଣେ ଚାଷୀ ଜଙ୍ଗଲୀ ପଶୁଙ୍କ ଠାରୁ ନିଜ ପରିବା କ୍ଷେତ ବଞ୍ଚାଇବା ପାଇଁ ବାଇଗଣ କିଆରୀ ଚାରିପଟେ ବାଡ଼ କରିବା ସହିତ ଏଥିରେ ବିଦ୍ୟୁତ ଚାର୍ଜ କରିଥିଲେ। ଆଜି ସକାଳେ ଏହି ବାଇଗଣ ବାଡ଼ିରେ କାର୍ଯ୍ୟ କରୁଥିବା ଶ୍ରୀ ପରଜା ଯେତେବେଳେ ବାଇଗଣ ତୋଳିବାକୁ ଗଲେ, ସେଠାରେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥଲେ। ବର୍ତ୍ତମାନ ଶ୍ରୀ ପରଜାଙ୍କ ଶବ ଜୟପୁର ଡାକ୍ତରଖାନରେ ଥିବାବେଳେ ଗ୍ରାମବାସୀମାନେ କ୍ଷତିପୂରଣ ପାଇଁ ଜିଦ୍‌ ଧରି ବସିଛନ୍ତି।