23 September 2017
8:18:52 PM
Sambad News
କୋରାପୁଟ

୨ଟି ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

By Sambad | Date: Jan 12 2017 11:05AM
୨ଟି ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ଜୟପୁର: ଜୟପୁରର ସଦର ଥାନା ନିକଟରେ ଓ ବୋରିଗୁମ୍ମା ନୂଆଗୁଡା ନିକଟରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ବୋରିଗୁମ୍ମା ନୂଆଗାଁର ମୁକୁନ୍ଦ ପେଣ୍ଡିଆ(୩୦) । ୧୦୮ ଆମ୍ବୁଲାନ୍ସରେ ଆଜି ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ନୂଆଗାଁ ନିକଟରେ ପଛପଟୁ ଏକ ଅଜଣା ଗାଡି ପିଟି ଦେଇଥିଲା । ଘଟଣାସ୍ଥଳରୁ ପରିବାରବର୍ଗ ତାଙ୍କୁ ଜୟପୁର ଉପଖଣ୍ଡ ମେଡିକାଲରୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
 

ଅନ୍ୟପକ୍ଷରେ ସଦର ଥାନା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ରାଜନଅର ଅଞ୍ଚଳର ଦିଲ୍ଲିପ କୁମର ଓ ଲେଖୁଗୁଡାର ବୋଟି ସାନ୍ତରା ଓ ସିଂଘ କନ୍ଧ । ସୂଚନା ମୁତାବକ ଦିଲ୍ଲିପ କୁମର ଜାମୁଣ୍ଡାରୁ ଜୟପୁରକୁ ଫେରୁଥିବା ବେଳେ ଅନ୍ୟ ଦୁଇଜଣ ଜୟପୁରରୁ ଆମ୍ବାଗୁଡା ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୩ ଜଣ ଯାକ ଛିଟିକି ପଡିଥିଲେ । ପୋଲିସ ଉଦ୍ଧାର କରି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି । 
 

image