30 March 2017
12:14:58 PM
Sambad News
କୋରାପୁଟ

ଯୋଗୀପୁଟରୁ ୨ ଭାଲୁ ଉଦ୍ଧାର

By Sambad | Date: Jan 12 2017 11:10AM
ଯୋଗୀପୁଟରୁ ୨ ଭାଲୁ ଉଦ୍ଧାର

ଜୟପୁର: ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତ ଅନ୍ତର୍ଗତ ଯୋଗୀପୁଟ ଗାଁରୁ ଆଜି ଗୋଟିଏ ମାଈ ଏବଂ ଗୋଟିଏ ଛୁଆ ଭାଲକୁ ଉଦ୍ଧାର କରାଯାଇଛି। ଜୟପୁର ବନଖଣ୍ଡର କର୍ମଚାରୀ ଏହି ଭାଲୁ ଦୁଇଟିକୁ ଉଦ୍ଧାର କରିଥିଲେ। ଗତ ୧୦ ଦିନ ହେବ ଏହି ଭାଲୁ ୨ଟି ଗାଁକୁ ନିୟମିତ ଆସୁଥିବା ଦେଖିବାକୁ ମିଳିଥିଲା। ଜୀବନପ୍ରତି ଭୟ ଥିବାରୁ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଗତକାଲି ରାତିରୁ ବିଭାଗ ପକ୍ଷରୁ ଭାଲୁଙ୍କୁ ଧରିବାକୁ ଯନ୍ତା ବସା ଯାଇଥିଲା। ଆଜି ସକାଳୁ ସେମାନଙ୍କୁ ଧରି ବୈପାରିଗୁଡା ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି। ଏଥିରେ ରେଞ୍ଜର ଭାସ୍କର ରାଓଙ୍କ ସମେତ ୧୦ରୁ ଅଧିକ ର୍କମଚାରୀ ନିୟୋଜିତ ହୋଇଥିଲା।