24 September 2017
10:30:48 AM
Sambad News
ଜୀବନଚର୍ଯ୍ୟା

ଦାମ୍ପତ୍ୟ ଜୀବନ ସୁଖମୟ କରିବାର ୧୨ଟି ସହଜ ସୂତ୍ର

By Sambad | Date: Sep 12 2017 7:21PM
ଦାମ୍ପତ୍ୟ ଜୀବନ ସୁଖମୟ କରିବାର ୧୨ଟି ସହଜ ସୂତ୍ର

ସାଧାରଣତଃ ଆମ ସମାଜରେ ଦୁଇପ୍ରକାର ବିବାହ ଦେଖାଯାଇଥାଏ। ଗୋଟିଏ ପାରମ୍ପରିକ ରୀତିରେ ବିବାହ ହୋଇଥିବାବେଳେ ଅନ୍ୟଟି ହେଉଛି ପ୍ରେମ ବିବାହ। ତେବେ ଆମେ ଆପଣଙ୍କୁ ଏହି ବିବାହ ପରେ କିଭଳି ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରିବେ ସେହି ବିଷୟରେ ଜଣାଇବୁ। ଚାଲନ୍ତୁ ଜାଣିବା ଦାମ୍ପତ୍ୟ ଜୀବନ ସୁଖମୟ କରିବାର ସରଳ ଉପାୟ....।
 
୧- ଆପଣ ଓ ଆପଣଙ୍କ ସାଥୀଙ୍କ ମଧ୍ୟରେ ଯେଉଁ ପ୍ରକାରର ବିବାହ ହୋଇଥାଉ ନା କାହିଁକି, ଆପଣ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନିହାତି ଭାବରେ ରଖିବା ଦରକାର ।
୨- ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ଠିକ୍‌ ଭାବରେ ଚିହ୍ନିବା ଓ ଠିକ୍‌ ଭାବରେ ବିଶ୍ୱାସ କରୁଥିବା ଦରକାର।
୩- ତେବେ ଆପଣ ଜଣେ ଆଉ ଜଣଙ୍କ ସହିତ ସାମାନ୍ୟ କଥାକୁ କେନ୍ଦ୍ରକରି କଳିଗୋଳ କରିବା ଅନୁଚିତ୍‌ ।
୪- ଏଥିସହିତ ଜଣେ ସ୍ତ୍ରୀ  ସ୍ୱାମୀର ମନକଥାକୁ ବୁଝିପାରୁଥିବା ଦରକାର ଓ ସ୍ୱାମୀ ମଧ୍ୟ ସ୍ତ୍ରୀର ମନକଥାକୁ ବୁଝିପାରୁଥିବା ବି ଦରକାର।
୫- ଏହାବ୍ୟତୀତ ଜଣେ ସ୍ତ୍ରୀକୁ  ସ୍ୱାମୀର ସ୍ୱଳ୍ପ ଆୟକୁ ନେଇ ଚଳିବା ଉଚିତ୍‌ ହୋଇଥାଏ।
୬- ଏହା ସହିତ ଉକ୍ତ ସ୍ତ୍ରୀ ଜଣକୁ ନିଜ ସ୍ୱାମୀକୁ ଉତ୍ତମ ବ୍ୟବହାର କରିବା ଦରକାର।
୭- ଏହାସାଥ୍‌ସାଥ୍‌  ଉଭୟ ପତି ଓ ପତ୍ନୀଙ୍କୁ ନିଜ ଜୀବନର ବ୍ୟକ୍ତିଗତ କଥାକୁ ବାହାରେ ପ୍ରକାଶ କରିବା ଅନୁଚିତ୍‌।
୮- ତେବେ ଜଣେ ଆଉ ଜଣକୁ ମଧ୍ୟ ସର୍ବଦା  ସତକଥା କହିବା ଉଚିତ୍‌।
୯- ଏହାବ୍ୟତୀତ ଆପଣ ଏପରି କଥା କିମ୍ବା ଭାଷାକୁ କୁହନ୍ତୁ ନାହିଁ, ଯାହାଦ୍ୱାରାକି  କାହାରି ମନରେ ଆଘାତ ଦେବ।
୧୦- ବଡ଼ ପରିବାରରେ ରହୁଥିଲେ ଶାଶୁ, ଶ୍ୱଶୁର, ଯାଆ ଓ ନଣନ୍ଦଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ଉଚିତ୍‌।
୧୧- ଘରର ସମସ୍ତଙ୍କ ମନକୁ ନେଇ ଚଳିବା ଉଚିତ୍‌।
୧୨- ତେବେ ଜଣେ ନାରୀ ଚାହିଁଲେ ଗୋଟିଏ ଘରକୁ ଭାଙ୍ଗିପାରିବ ଓ ସେ ଚାହିଁଲେ ମଧ୍ୟ ଗୋଟିଏ ଘରକୁ  ଯୋଡ଼ିପାରିବ; ଯାହାକି ଶହେରୁ ଶହେ ଭାଗ ସତ ଅଟେ।

image