21 August 2017
1:56:08 PM
image
Sambad News
ଜୀବନଚର୍ଯ୍ୟା

ମୋଜା ପିନ୍ଧି ଶୋଇବାର ଫାଇଦା

By Sambad | Date: Jan 9 2017 3:39PM
ମୋଜା ପିନ୍ଧି ଶୋଇବାର ଫାଇଦା

ଶୀତଦିନେ ଅନେକ ଲୋକ ମୋଜା ପିନ୍ଧି ଶୋଇଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି ପ୍ରତ୍ୟେକ ଋତୁରେ ମୋଜା ପିନ୍ଧି ଶୋଇବା ଦ୍ୱାରା କ’ଣ ଲାଭ ମିଳିଥାଏ। 
 
*ମୋଜା ପିନ୍ଧି ଶୋଇବା ଦ୍ୱାରା ପାଦରୁ ଦୁର୍ଗନ୍ଧ ଦୂର ହୋଇଥାଏ।
 
* ଧୂଳି ଓ ମାଟି ଲାଗି ପାଦ ଫାଟି ଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ରାତିରେ ମୋଜା ପିନ୍ଧି ଶୁଅନ୍ତୁ।
 
* ଶୀତ ଦିନେ ପାଦ ଅଧିକ ଥଣ୍ଡା ରହିଥାଏ। ଯଦି ମୋଜା ପିନ୍ଧି ଶୋଇବେ ତେବେ ଆପଣଙ୍କୁ ଥଣ୍ଡା କମ୍‌ ଅନୁଭୂତ ହୋଇଥାଏ।
 
*  ଯଦି ଆପଣଙ୍କ ପାଦରୁ ଝାଳ ବାହାରି ସବୁବେଳେ ଦୁର୍ଗନ୍ଧ ହେଉଛି। ତେବେ ମୋଜା ପିନ୍ଧି ଶୋଇବା ଲାଭଦାୟକ ହୋଇଥାଏ।
 
*ମୋଜା ପିନ୍ଧି ଶୋଇବା ଦ୍ୱାରା ପାଦ ବ୍ୟାକଟେରିଆ ମୁକ୍ତ ରହିଥାଏ। ଫଳରେ ସଂକ୍ରମଣ ଜନିତ ରୋଗରୁ ରକ୍ଷା ମିଳିଥାଏ।
 
* ପାଦ ଶରୀରର ସମସ୍ତ ଓଜନ ସମ୍ଭାଳି ଥାଏ। ଯେଉଁଥିପାଇଁ ଅନେକ ଥର ପାଦ ଦରଜ ହୋଇଥାଏ। ତେବେ ଏ ଅସୁବିଧାରୁ ମୁକ୍ତି ପାଇବା ପାଇଁ ମୋଜା ପିନ୍ଧି ଶୋଇଲେ ବହୁ ଆରାମ ମିଳିଥାଏ।