24 September 2017
10:32:38 AM
Sambad News
ଜୀବନଚର୍ଯ୍ୟା

ଏମିତି ସବୁ କଲେ ହୋଇଯିବେ ବୁଦ୍ଧିମାନ!

By Sambad | Date: Sep 13 2017 7:36PM
ଏମିତି ସବୁ କଲେ ହୋଇଯିବେ ବୁଦ୍ଧିମାନ!

ଜଣେ ଦାର୍ଶନିକଙ୍କ କଥା ମନେ ପଡ଼େ। ସେ ଖୁବ୍‌ ବୁଦ୍ଧିମାନ। ବୁଦ୍ଧିମାନ ସଙ୍ଗେ ସଙ୍ଗେ ଭଲ ମଣିଷ ମଧ୍ୟ। ସେହି ଦାର୍ଶନିକଙ୍କୁ ଜଣେ ସାଧାରଣ ଲୋକ ଭେଟିକି କହିଲେ,‘ମୁଁ ଯଦି ଆପଣଙ୍କ ପରି ବୁଦ୍ଧିମାନ ହୋଇଥାନ୍ତି ତେବେ ନିଶ୍ଚୟ ଜଣେ ଭଲ ମଣିଷ ହୋଇପାରିଥାନ୍ତି। ମାତ୍ର ଦାର୍ଶନିକ ଜଣକ ଉତ୍ତର ଦେଲେ,‘ତୁମେ ପ୍ରଥମେ ଜଣେ ଭଲ ମଣିଷ ହୋଇଯାଅ, ତୁମେ ଜାଣିପାରିବନି କେତେ ବେଳେ ଅଜସ୍ର ବୁଦ୍ଧିର ଅଧିକାରୀ ହୋଇ ସାରିଥିବ।’ କହିବାର ତାତ୍ପର୍ଯ୍ୟ ହେଲା, କେହି କେବେ ଜାଣି ଜାଣି ବୁଦ୍ଧିମାନ ହୁଏନି ବରଂ ଏମିତି ଗୁଣ ଥିବା ବ୍ୟକ୍ତି ଧୀରେ ଧୀରେ ବୁଦ୍ଧିମାନ ପାଲଟି ଯାଆନ୍ତି।
 
-ଅନ୍ୟର ଭଲ ଚିନ୍ତା କରନ୍ତୁ, ଅନ୍ୟ ବିଷୟରେ ଭଲ କରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣ ଯେତେ ବି ନିରୁପାୟ ଥାଆନ୍ତୁ ପଛେ ଅନ୍ତରରୁ ଭଲ କରିବାକୁ ଚାହିଁଲେ ଆପଣଙ୍କ ମୁଣ୍ଡରେ ତତ୍‌କ୍ଷଣାତ ଭଲ ବୁଦ୍ଧି ଜୁଟିବ।
 
-ଅନ୍ୟ ସହ ସ୍ୱାର୍ଥପରତା ଆଚରଣ କରି ଆପଣ ହୁଏତ ଜିତିପାରିଛନ୍ତି ବୋଲି ଗର୍ବ କରିପାରନ୍ତି। ମାତ୍ର ମନେ ରଖନ୍ତୁ ଆପଣଙ୍କ କାର୍ଯ୍ୟରେ ଯଦି ଆପଣଙ୍କ ବ୍ୟତୀତ ଆଉ କେହି ସନ୍ତୁଷ୍ଟ ନୁହଁନ୍ତି ତେବେ ଆପଣ ନିଜକୁ ଯେତେ କୌଶଳୀ ଭାବନ୍ତୁ ପଛେ କିନ୍ତୁ ଏହା ନିର୍ବୋଦ୍ଧତାର ପରିଚୟ।
 
-ବଳକା ସମୟକୁ ଯେତେ ପାରୁଛନ୍ତି ପୁସ୍ତକ ଅଧ୍ୟୟନରେ ନିୟୋଜିତ କରନ୍ତୁ। ଆପଣ ଜାଣନ୍ତି କି, ଗୋଟାଏ ଘଣ୍ଟା ଅନ୍ୟ ସହ ଗପିବା ଅପେକ୍ଷା ଗୋଟାଏ ଫର୍ଦ୍ଦ ଅଧ୍ୟୟନ କରିବା ଶ୍ରେୟସ୍କର ବୋଲି ଜ୍ଞାନୀ ଗୁଣୀମାନେ ମତ ଦିଅନ୍ତି। 
 
-ପର୍ଯ୍ୟଟନ ଜ୍ଞାନ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ସମୟ ମିଳିଲେ ନୂଆ ନୂଆ ସ୍ଥାନ ବୁଲିବାକୁ ଭୁଲନ୍ତୁ ନାହିଁ। 
 
-କୌଣସି ପରିସ୍ଥିତିରେ ସହଜରେ ପରାଜୟକୁ ସ୍ୱୀକାର କରନ୍ତୁ ନାହିଁ। ଆପଣଙ୍କ ଆୟତ୍ତ ଭିତରର କାମ ନ ହୋଇ ଥାଉ ବରଂ ସେହି କାର୍ଯ୍ୟ କରିବା ସମୟରେ ହାସଲ କରିଥିବା ଅଭିଜ୍ଞତା ବିଜୟଠାରୁ ଯଥେଷ୍ଟ ଅଧିକ। ପରାଜୟ ଭୟରେ କାମ କରିବା ବନ୍ଦ ନ କରି ଦେଇ ତାହାକୁ ସମ୍ପାଦନ କରିବାର ଇଚ୍ଛା ଥିବା ବ୍ୟକ୍ତି ବି ଧୀରେ ଧୀରେ ବୁଦ୍ଧିଆ ହୋଇଯାଆନ୍ତି।

image