23 August 2017
11:03:00 PM
image
Sambad News
ଜୀବନଚର୍ଯ୍ୟା

ପାଟି ପାଇଁ ଭଲ, ପେଟ ପାଇଁ ଖରାପ !

By Sambad | Date: Jan 12 2017 3:15PM
ପାଟି ପାଇଁ ଭଲ, ପେଟ ପାଇଁ ଖରାପ !

କେତକ ଖାଦ୍ୟ ଅଛି ଯାହା ପେଟ ପାଇଁ ଖରାପ। ଏଥିଯୋଗୁଁ ପେଟ ଖରାପ ହେବା ସହ ଅମ୍ଲଦୋଷ(ଏସିଡିଟି), ଖାଦ୍ୟ ଗାଳିଦେବା(ରିଫ୍ଲକ୍ସ), ଛାତି ପୋଡ଼ା( ହାର୍ଟ ବର୍ଣ୍ଣ) ହୋଇଥାଏ।
 
ଛଣା ଖାଦ୍ୟ- ଅନେକ ବିଭିନ୍ନ ପ୍ରକାରର ଛଣା ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଏହି ତେଲିଆ ଓ ଛଣା ଖାଦ୍ୟ ଯୋଗୁଁ ଅଧିକ ଅମ୍ଳଦୋଷ ହୋଇଥାଏ।  ଏଥିଯୋଗୁଁ ଛାତିପୋଡ଼ା ହେବାର ଆଶଙ୍କା ଅଧିକ।
 
ଲଙ୍କା- ଖାଦ୍ୟରେ ଲଙ୍କା ନ ହେଲେ ଅନେକଙ୍କୁ ରୁଚେନି । ହେଲେ ଲଙ୍କାରେ ଥିବା କ୍ୟାପସିନ୍‌ ନାମକ ଦ୍ରବ୍ୟ ପେଟ ରୋଗର ଏକ କାରଣ। ଅଧିକ ରାଗ ଓ ଲଙ୍କା ଖାଇଲେ ପେଟପୋଡ଼ା ସହ ଛାତି ପୋଡ଼ା ହୋଇଥାଏ।
 
ଆଲକହଲ- ଆଲକହଲ୍‌ ଶରୀର ଓ ମନରେ ଉତ୍ତେଜନା ସୃଷ୍ଟି କରିଥାଏ। ହେଲେ ପେଟ ପାଇଁ ଏହା  ଅତି ଖରାପ। ଆଲକହଲ୍‌ ଯୋଗୁଁ ଅନେକ ଏନ୍‌ଜାଇମ୍‌ କ୍ଷରଣରେ ବାଧା ସୃଷ୍ଟି ହୁଏ। ଏଥିଯୋଗୁଁ ପ୍ରବଳ ଅମ୍ଳଦୋଷ ସହ ବାନ୍ତି ବି ହୋଇପାରେ।
 
ଚକୋଲେଟ୍‌- ଚକୋଲେଟ୍‌ ଅମ୍ଳଦୋଷ ପାଇଁ ଆଉଏକ ଖରାପ ଖାଦ୍ୟ। ଏଥିଯୋଗୁଁ ଅମ୍ଲଦୋଷ, ବଦହଜମି ପରି ସମସ୍ୟା ସୃଷ୍ଟି ହୋଇଥାଏ।
 
କ୍ଷୀର ଜାତୀୟ ଖାଦ୍ୟ- କ୍ଷୀର ସ୍ୱାସ୍ଥ୍ୟ ପାଇଁ ଭଲ ମାତ୍ର କେତେକ କ୍ଷୀର ଜାତୀୟ ଖାଦ୍ୟ ଯୋଗୁଁ ଅମ୍ଳଦୋଷ ହୋଇଥାଏ। ଲାକ୍ଟୋଜ୍‌ ଇଣ୍ଟୋଲେରାନସ୍‌ ଥିବା ଲୋକ କ୍ଷୀର ଖାଇଲେ ପତଳା ଝାଡ଼ା,ବଦହଜମି ପରି ସମସ୍ୟାରେ ସମ୍ମୁଖୀନ ହୋଇଥାଆନ୍ତି।