24 September 2017
10:42:46 AM
Sambad News
ଜୀବନଚର୍ଯ୍ୟା

ତ୍ୱଚା ସମସ୍ୟା ଏବଂ ଥଣ୍ଡାକାଶ ପାଇଁ ତୁଳସୀ ଏକ ଅବ୍ୟର୍ଥ ଔଷଧ

By Sambad | Date: Aug 21 2017 8:00AM
ତ୍ୱଚା ସମସ୍ୟା ଏବଂ ଥଣ୍ଡାକାଶ ପାଇଁ ତୁଳସୀ ଏକ ଅବ୍ୟର୍ଥ ଔଷଧ
Photo : NDTV

ସାଧାରଣତଃ ତୁଳସୀକୁ ଏହାର ପୌରାଣିକ ମହତ୍ତ୍ୱ ବ୍ୟତୀତ ଜଣାଶୁଣା ଔଷଧମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା  କରାଯାଏ। ଏହି ତୁଳସୀକୁ  ଅନେକ ରୋଗର ନିରାକରଣ ଲାଗି ଉପଯୋଗ କରାଯାଇଥାଏ। ତେବେ ଆୟୁର୍ବେଦରେ ତୁଳସୀ ଗଛର ସମସ୍ତ ଭାଗକୁ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ବୋଲି କୁହାଯାଇଅଛି। ତୁଳସୀର ଡ଼ାଳ, ଶାଖା, ପତ୍ର ଏବଂ ମଞ୍ଜି ଆଦି ସବୁ ଅଂଶର କିଛି ନା କିଛି ମହତ୍ତ୍ୱ ରହିଛି। ଥଣ୍ଡା-କାଶ ଭଳି ରୋଗକୁ ଦୂର କରିବା ସହିତ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ତୁଳସୀ ଦୂର କରିଥାଏ। ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତୁଳସୀର ଉପକାରୀତା ବିଷୟରେ.....
 
୧-ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ତୁଳସୀ ଲାଭଦାୟକ ଅଟେ। ଏହାର ବ୍ୟବହାର ଯୋଗୁଁ  ମୁହଁ ମଧ୍ୟରୁ କଳାଦାଗ ଲିଭେ ଏବଂ ଚେହେରା ମଧ୍ୟ ସଫା ଦିଶିଥାଏ।
୨-ଥଣ୍ଡା ବା ହାଲ୍‌କା କାଶ ଜନିତ ସମସ୍ୟା ପାଇଁ ତୁଳସୀ ଲାଭାୟକ ଅଟେ। ମିଶିରି, କଳା ମରିଚ ଏବଂ ତୁଳସୀ ପତ୍ରକୁ ପାଣିରେ ମିଶ୍ରଣ କରି ତାହାର ଏକ କାଢ଼ା ବନାଇ ପିଇନ୍ତୁ। ଏହା ଆପଣଙ୍କୁ ଏହି ସମସ୍ୟାରୁ  ମୁକ୍ତି ଦେଇଥାଏ। ଏହାବ୍ୟତୀତ ଆପଣ ମଧ୍ୟ ଏହାର ଗୁଳା ବନାଇ ଖାଇପାରିବେ!
୩-ମୁହଁର ଦୂର୍ଗନ୍ଧକୁ ଦୂର କରିବାରେ ବି ସହାୟକ ହୋଇଥାଏ ତୁଳସୀ। ତୁଳସୀ ଏକ ପ୍ରାକୃତିକ ଉପାୟ ହୋଇଥିବାରୁ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ। ଯଦି ଆପଣଙ୍କ ମୁହଁରୁ ଏପରି ଦୂର୍ଗନ୍ଧ ଆସୁଥାଏ, ତେବେ ଆପଣ କିଛି ତୁଳସୀର ପତ୍ରକୁ ଚେବାନ୍ତୁ। ଏହା କରିବା ଯୋଗୁଁ ଆପଣଙ୍କ ମୁହଁ ମଧ୍ୟରୁ ନିର୍ଗତ ହେଉଥିବା ଦୂର୍ଗନ୍ଧ ଦୂର ହୋଇଥାଏ।
୪- ଏହାବ୍ୟତୀତ ତୁଳସୀ ପତ୍ରକୁ ଫିଟ୍‌କରୀ ସହିତ ମିଶ୍ରଣ କରି ଖଣ୍ଡିଆ ସ୍ଥାନରେ ଲଗାନ୍ତୁ। ଯେକୌଣସି ଘା’ଶୀଘ୍ର ଶୁଖିଯିବ। କାହିଁକିନା ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିୟଲ୍‌ ତତ୍ତ୍ୱ ଥିବା କାରଣରୁ ଏହା ଘା’ଟିକୁ ଅଧିକ ସମୟ ପାଚିବାକୁ ଦିଏନାହିଁ।ଏହାସହ ତୁଳସୀର ପତ୍ରକୁ ତେଲ ସହିତ ମିଶାଇକି  ଲଗାଇଲେ ବି ଜଳାପୋଡ଼ା ଠାରୁ  ମୁକ୍ତି ମିଳିଥାଏ।

image