29 March 2017
8:30:04 PM
Sambad News
ଜୀବନଚର୍ଯ୍ୟା

ଶନିବାରରେ କିଣନ୍ତୁ ନାହିଁ ଏହି ସବୁ ଜିନିଷ: ସାମ୍ନା କରିବାକୁ ପଡ଼ିପାରେ ଶନିଙ୍କ କୋପ

By Sambad | Date: Jan 7 2017 9:28AM
ଶନିବାରରେ କିଣନ୍ତୁ  ନାହିଁ ଏହି ସବୁ  ଜିନିଷ:  ସାମ୍ନା କରିବାକୁ ପଡ଼ିପାରେ ଶନିଙ୍କ କୋପ

ଶନିବାର ଭଗବାନ ଶନିଦେବଙ୍କୁ ସମର୍ପିତ । ଏଥିପାଇଁ ଶନିଦେବଙ୍କ ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ଅଛି, ଶନିବାର ଏମିତି କିଛି କାମ କରିବା  ଆଦୌ  ଠିକ୍‌ ନୁହେଁ ଯାହାଦ୍ୱାରା  ଶନିଦେବ ଆପଣଙ୍କ ଉପରେ  କ୍ରୋଧିତ ହେବେ ।  ଶାସ୍ତ୍ରରେ କୁହାଯାଇଛି, ଏମିତି କିଛି ପଦାର୍ଥ ଅଛି ଯାହାକୁ  ଶନିବାରରେ କିଣିବା ଦ୍ୱାରା ଭାଗ୍ୟ ଉପରେ ଖରାପ ପ୍ରଭାବ  ପକାଇଥାଏ । ଏ ସଂପର୍କରେ ସୂଚନା । 
 
ଲୁହା : ଳୁହା ଏକ ଏପରି ଜିନିଷ, ଯାହାକୁ  କେବେହେଲେ  ଶନିବାରରେ  ଭୁଲ୍‌ରେ  ହେଲେି କିଣିବା  ଉଚିତ୍‌ ନୁୂହେଁ । କାର୍ହିକିନା  ଲୁହାକୁ ଶନିଦେବଙ୍କ ଦ୍ୱାରା ଦାନ କରାଯାଇଥିବା  ପଦାର୍ଥ ରୂପେ  ବିବେଚନା କରା ଯାଇଥାଏ । ଏଥିପାଇଁ  ସମ୍ଭବତଃ  ଆପଣ ଏହିଦିନରେ  ଲୁହା କିଣନ୍ତୁ ନାହିଁ ବରଂ ଆପଣ  ଲୁହା  ଦାନ କରନ୍ତୁ । 
 
ତେଲ : ସାଧାରଣତଃ ଶନିବାରରେ ଶନିଦେବଙ୍କୁ  ପ୍ରସନ୍ନ କରିବା ପାଇଁ  ତେଲ ଅର୍ପଣ କରାଯାଇଥାଏ । ଏଥିପାଇଁ ଶନିବାରରେ ତେଲ କିଣିବା  ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଏହାଦ୍ୱାରା ଆପଣଙ୍କୁ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡ଼ିପାରେ । ଏହି କାରଣରୁ ଶନିବାରରେ ତେଲଦାନ କରନ୍ତୁ କିନ୍ତୁ  ଭୁଲ୍‌ରେ  ମଧ୍ୟ ତେଲ କିଣିବାକୁ ମନ କରନ୍ତୁ ନାହିଁ । 
 
ଲୁଣ :ଲୁଣ ବିନା ଆମର ଖାଦ୍ୟ ଅଧୁରା  । ଏଥିପାଇଁ ସମସ୍ତେ ଲୁଣ କିଣିଥାନ୍ତି । ତେବେ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ  ଯେପରି  ଶନିବାର ଦିନ ଭୁଲ୍‌ରେ ହେଲେ ଲୁଣ ନ କିଣନ୍ତି । ଶନିଦେବଙ୍କ କୋପର ଶିକାର ହୋଇପାରନ୍ତି।
 
ତାଲାଚାବି: ଆପଣଙ୍କୁ ମନେରଖିବାକୁ ହେବ ଯେପରି ଶନିବାର ଦିନ ତାଲାର ଚାବିକୁ କେବେ ବି  ନ କିଣନ୍ତି ।  ଯଦି ଆପଣ ଏପରି କରିଥାନ୍ତି ତେବେ ଶନିଙ୍କ କୋପରୁ ଏହା ଆପଣଙ୍କ ପରିବାରରେ  କଳହ ସୃଷ୍ଟି କରିପାରେ । 
 
ଜୋତା/ଚପଲ: ଶନିବାର ଜୋତା  ବା ଚପଲ କିଣିବାଟା  ଆପଣଙ୍କ ପାଇଁ ଅଶୁଭ ହୋଇଥାଏ ବୋଲି  ! ଖାସ୍‌ କରି କଳା କଲର୍‌ ଜୋତା ବା ଚପଲକୁ କେବେ ହେଲେ ବି ଶନିବାର ଦିନ କିଣନ୍ତୁ  ନାହିଁ ।
 
କାଳି ଏବଂ ଷ୍ଟେସ୍‌ନାରୀ ସାମଗ୍ରୀ : ଶନିବାରରେ କଲମରେ ବ୍ୟବହୃତ କାଳି ଓ ଷ୍ଟେସନାରି ସାମଗ୍ରୀ କିଣିବାର  ଅର୍ଥ ସିଧାସଳଖ ଭଗବାନ ଶନିଙ୍କର କ୍ରୋଧର ଶିକାର ହେବା । ଖାସ୍‌ କରି ଏହି ବାରରେ ଆପଣ କାଳିକୁ ବିଲ୍‌କୁଲ୍‌ ବି କିଣନ୍ତୁ ନାହିଁ ।