25 July 2017
6:14:18 PM
image
Sambad News
ଜୀବନଚର୍ଯ୍ୟା

ଶୁକ୍ରବାର କରନ୍ତୁ ଏଭଳି ଆରାଧନା, ମିଳିବ କାର୍ଯ୍ୟରେ ସଫଳତା

By Sambad | Date: May 19 2017 8:59AM
ଶୁକ୍ରବାର କରନ୍ତୁ ଏଭଳି ଆରାଧନା, ମିଳିବ କାର୍ଯ୍ୟରେ ସଫଳତା

 ଶୁକ୍ରବାର ପ୍ରାତଃକାଳ ଓ ସାୟଂକାଳରେ ସ୍ମାନ କରି ଲାଲ ବସ୍ତ୍ର ପରିଧାନ ପୂର୍ବକ ଦୁର୍ଗା ପ୍ରତିମା କିମ୍ବା ନବ ଦୁର୍ଗାଙ୍କ ଚିତ୍ରକୁ ଲାଲ ଚନ୍ଦନ,, ସୁହାଗସାମଗ୍ରୀ, ଚୁନରୀ, ଲାଲ ପୁଷ୍ପ ପ୍ରଦାନ କରି ଦୁଧରେ ପ୍ରସ୍ତୁତ ମିଷ୍ଟାନ୍ନ ଭୋଗ କରନ୍ତୁ ।
- ଦେବୀ ପୂଜା ପରେ ଦଶ ଦେବୀ ମନ୍ତ୍ର ପାଠ କରନ୍ତୁ । ଏହି ମନ୍ତ୍ର ଗୁଡିକ ଖୁବ୍‌ ଛୋଟ ହୋଇଥିଲେ ହେଁ ଏହା ଖୁବ୍‌ ପ୍ରଭାବଶାଳୀ । ଦେବୀଙ୍କ ସମ୍ମୁଖରେ ଧୂପ ଓ ଦୀପ ଜଳାଇ ଅତ୍ୟନ୍ତ ଶ୍ରଦ୍ଧାର ସହିତ ନିମ୍ନୋକ୍ତ  ଦଶ ମନ୍ତ୍ର ଜପ ସୁଖ, ସଫଳତା ଭରା ଜୀବନ କାମନା କରି କହନ୍ତୁ ।
-ଓଁ ମହାବିଦ୍ୟାୟୈ ନମଃ , ଓଁ ଜଗନ୍‌ମାତ୍ରେ ନମଃ
-ଓଁ ମହାଲକ୍ଷ୍ମୈ ନମଃ, ଓଁ ଶିବପ୍ରିୟାୟୈ ନମଃ
-ଓଁ ବିଷ୍ଣୁମାୟାୟୈ ନମଃ, ଓଁ ଶୁଭାୟୈ ନମଃ
-ଓଁ ଶାନ୍ତାୟେ ନମଃ, ଓଁ ସିଦ୍ଧାୟୈ ନମଃ
-ଓଁ ସିଦ୍ଧ ସରସ୍ୱତ୍ୱୈ ନମଃ, ଓଁ କ୍ଷମାୟୈ ନମଃ
        ଉପରୋକ୍ତ ଉପାୟରେ ନବଦୁର୍ଗା ଆରାଧନା କରିଲେ ନିରାଶାରୁ ମୁକ୍ତି ସଙ୍ଗେ ସଙ୍ଗେ କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିଥାଏ ବୋଲି ବିଶ୍ୱାସ ରହିଛି ।