18 January 2017
7:10:12 AM
Sambad News
ଜୀବନଚର୍ଯ୍ୟା

ସେକ୍ସ୍‍ ସମୟରେ ଏସବୁ କରନ୍ତୁ ନାହିଁ!

By Sambad | Date: Jan 6 2017 3:55PM
ସେକ୍ସ୍‍ ସମୟରେ ଏସବୁ କରନ୍ତୁ ନାହିଁ!
my blog

ପତି-ପତ୍ନୀଙ୍କ ସଂପର୍କରେ ମିଠାପଣ ଭରିବାରେ ସେକ୍ସ୍‍ ଯେତିକି ଜରୁରୀ ଜଣେ ବ୍ୟକ୍ତିକୁ ମାନସିକ ଭାବେ ଆନନ୍ଦ ପ୍ରଦାନ କରିବାରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ସେକ୍ସ୍‍ ଏକ ସୁନ୍ଦର ଅନୁଭବ ଏବଂ ତାକୁ ଶୃଙ୍ଖଳାର ସହ ଉପଭୋଗ କରିପାରିଲେ ତାହାର ଅନୁଭବ ନିଆରା। ସେକ୍ସ୍‍ କରୁଥିବା ସମୟରେ କେତୋଟି ନିର୍ଦ୍ଦିଷ୍ଟ କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ।
 
-ଅସୁରକ୍ଷିତ ସ୍ଥାନରେ ସଂପର୍କ ସ୍ଥାପନ କରନ୍ତୁ ନାହିଁ। ଏହା କେତେକ ସମୟରେ ଭିନ୍ନ ଅନୁଭବ ଦେଇଥିଲେ ବି ଏହା ଦ୍ୱାରା ବ୍ୟକ୍ତବ ସନ୍ତୁଷ୍ଟି ମିଳେ ନାହିଁ। ବିଦେଶରେ ଦମ୍ପତ୍ତି କାରରେ, କାର୍ଯ୍ୟାଳୟରେ  କିମ୍ବା ସର୍ବସାଧାରଣ ସ୍ଥଳରେ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହିବା ଦେଖିବାକୁ ମିଳେ, ମାତ୍ର ଏହା ଏଠାରେ ସ୍ପୃହଣୀୟ ନୁହେଁ।
 
-ସମ୍ଭୋଗ ସମୟରେ କେତେକ ଚିତ୍କାର କରିଥାନ୍ତି। ସେପରି ଆଦୌ କରନ୍ତୁ ନାହିଁ; ସାଥୀଙ୍କୁ ବି ମନା କରନ୍ତୁ। କାହିଁକି ନା ସେକ୍ସ୍‍ ସମୟରେ ବ୍ୟକ୍ତି ଅନ୍ୟ ଏକ ଦୁନିଆରେ ରହିଥିବା ହେତୁ ପାରିପାର୍ଶ୍ୱିକ ପରିବେଶ ବିଷୟରେ ଚିନ୍ତା କରିବାର କ୍ଷମତା ହରାଇ ବସିଥାଏ।  
 
- ସେକ୍ସ୍‍ ସମୟରେ ଲାଜେଇବା ଆଦୌ ଉଚିତ୍‌ ନୁହେଁ। ସାଥୀଙ୍କ ନିକଟରେ ଖୋଲା ହୁଅନ୍ତୁ। ସଂପର୍କରେ ଲାଜ ରହିଲେ ସେକ୍ସ୍‍କୁ ଠିକ୍‌ ଭାବେ ଅନୁଭବ କରିପାରିବେ ନାହିଁ।
 
- ମିଳନ ସମୟରେ ସାଥୀଙ୍କର କୌଣସି ଅନୁରୋଧକୁ ନା କହନ୍ତୁ ନାହିଁ। ସାଥୀଙ୍କ ଇଚ୍ଛାକୁ ବି ସମ୍ମାନ ଦିଅନ୍ତୁୂ। ଏହା ଦ୍ୱାରା ପରସ୍ପର ପ୍ରତି ସମ୍ମାନ ବଢ଼ିଥାଏ।
 
-ନିଜ ସୌନ୍ଦର୍ଯ୍ୟକୁ ନେଇ ସେ ସମୟରେ ଚିନ୍ତାଶୀଳ ହୁଅନ୍ତୁ ନାହିଁ। ସୌନ୍ଦର୍ଯ୍ୟ ବିଷୟରେ ଭାବିଲେ ଆପଣ ଅନ୍ତରଙ୍ଗ ମୁହୂର୍ତ୍ତକୁ ଉପଭୋଗ  କରିପାରିବେ ନାହିଁ।