21 January 2017
4:14:11 PM
image
Sambad News
ଜୀବନଚର୍ଯ୍ୟା

ଉପକାରୀ କନ୍ଦମୂଳ

By Sambad | Date: Jan 11 2017 2:34PM
ଉପକାରୀ କନ୍ଦମୂଳ

 କନ୍ଦମୂଳରେ ପଟାସିଅମ୍‌ ଓ ଭିଟାମିନ୍‌ ବି୬ ରହିଛି। ଉଚ୍ଚ ରକ୍ତ ଚାପ ଓ ହୃଦ୍‌ ରୋଗୀଙ୍କ ପାଇଁ ଏହା ଉପକାରୀ।

ଏହାର ଭିଟାମିନ୍‌ ଏ, ବିଟା-କାରୋଟିନ୍‌ ଉପାଦାନ ଆଖି ପାଇଁ ଭଲ। ନିୟମିତ ଖାଇବା ଦ୍ୱାରା ଦୃଷ୍ଟିହୀନତା ଦୂର ହୁଏ। ଆଖିର ସ୍ୱଚ୍ଛ ପଟଳ ସୁରକ୍ଷିତ ରହେ। 
 
ତ୍ୱଚା ସୁରକ୍ଷାକାରୀ ଉପାଦାନ ଯଥା- ଭିଟାମିନ୍‌ ସି ଓ କୋଲାଜେନ୍‌ ପୁଷ୍ଟିସାରରେ ଏହା ଭରପୂର। ପ୍ରତି ଦିନ ସାଲାଡ୍‌ କିଂବା ତରକାରିରେ କନ୍ଦମୂଳ ଖାଇଲେ, ତ୍ୱଚା ମସୃଣ ହେବା ସହ ବୟସ ରେଖା ଦୂର ହେବ।
 
ଏହାର ତନ୍ତୁ, ମାଗ୍ନେସିଅମ୍‌ ଉପାଦାନ ବଦହଜମି, ଅମ୍ଳ ଦୋଷ ଦୂର କରାଏ। ଉଦର ସୁସ୍ଥ ରଖେ।
 
ଏହା ରକ୍ତରେ ପଟାସିଅମ୍‌, ମାଗ୍ନେସିଅମ୍‌ ପରିମାଣ ବଢ଼ାଏ। ନିୟମିତ ଖାଇବା ଦ୍ୱାରା ଚାପ, ଦୁଶ୍ଚିନ୍ତା, ବିଷାଦ ଭଳି ମାନସିକ ସମସ୍ୟା ଦୂର ହେଉଥିବା ଚିକିତ୍ସା ବିଶେଷଜ୍ଞଙ୍କ ମତ।