28 March 2017
6:01:53 AM
Sambad News
ଜୀବନଚର୍ଯ୍ୟା

ବିବାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି କି ? ଏସବୁ ନିଶ୍ଚିତ ଦେଖନ୍ତୁ

By Sambad | Date: Jan 11 2017 7:20AM
ବିବାହ ପାଇଁ  ଝିଅ ଦେଖିବାକୁ ଯାଉଛନ୍ତି କି ? ଏସବୁ ନିଶ୍ଚିତ ଦେଖନ୍ତୁ
Photo : Tidewater and Tulle

କଥାରେ ଅଛି, ଗୋଟାଏ ଦେଖାରେ ମଣିଷ ଚିହ୍ନି ହୁଏନ୍ତି। ମାତ୍ର ଗୋଟାଏ ଦେଖାରେ ବି ମଣିଷ ଚିହ୍ନିବାରେ ସମର୍ଥ ହେବେ ଯଦି ନିର୍ଦ୍ଦିଷ୍ଟ କେତୋଟି କଥାକୁ ଧ୍ୟାନ ଦିଅନ୍ତି। ବିଶେଷକରି ବିବାହ ପାଇଁ ଝିଅ ଦେଖିବାକୁ ଯିବା ସମୟରେ ପୁଅ ଘର ଲୋକଙ୍କ ମନରେ ଗୁଡ଼ାଏ ଶଙ୍କା ରହିଥାଏ। କେବଳ ଝିଅର ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଝିଅର ଆଚରଣ ଲକ୍ଷ୍ୟ କରିବା ମଧ୍ୟ ଝିଅ ଦେଖା ପ୍ରଥାର ଏକ ମାଧ୍ୟମ। ତେବେ, ଆପଣ ଏପରି ଜାଣନ୍ତୁ ଯେ ଝିଅର କେଉଁ ଆଚରଣ ଭଲ ଓ କେଉଁଟି ମନ୍ଦ।
 
-ଯଦି ଆପଣ ଦେଖିବାକୁ ଯାଇଥିବା ଝିଅ ଅବଶ୍ୟକତା ଠାରୁ ବେଶି ତଳମୁହାଁ ହୋଇ ଅସ୍ୱାଭାବିକ ଭାବରେ ଧୀର ସ୍ୱରରେ କଥା ହେଉଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ଯେ ସେ ସେତିକି ନମ୍ର ନୁହଁନ୍ତି ଯେତିକି ଦିଶୁଛନ୍ତି। ନାଟକ ପ୍ରଦର୍ଶନ ନ କରି ବାସ୍ତବିକ ଭାବେ ନିଜକୁ ଉପସ୍ଥାପନା କରୁଥିବା ଝିଅ ଜଣେ ଭଲବୋହୂ ହୋଇପାରେ।
 
- ଶାରିରୀକ ଅଙ୍ଗୀଭଙ୍ଗୀ ଜଣେ ନାରୀର ପରିଚୟ। ଯଦି ଭଦ୍ର ଲୋକଙ୍କ ସାମ୍ନାରେ ବସିବାର, ହସିବାର ତରିକା ଜଣେ ଝିଅ ଠିକ୍‌ ଭାବେ ଶିଖି ନାହିଁ ତେବେ ଆପଣ ଧରି ନିଅନ୍ତୁ ସେ ଆପଣଙ୍କ ପରିବାର ପାଇଁ ଯୋଗ୍ୟ ନୁହଁନ୍ତି।
 
-ପୋଷାକ ପରିଧାନରୁ ମଧ୍ୟ ଆପଣ ଜାଣି ପାରିବେ ଝିଅର ସ୍ୱଭାବ। ଖାଲି ଯେ ପାରମ୍ପରିକ ପୋଷାକ ପିନ୍ଧିବା ଜଣେ ଭଦ୍ର ଝିଅର ପରିଚୟ ତାହା ନ୍‌ୁହେଁ; ବରଂ ଯୁଗ ଅନୁସାରେ ଯଦି ଆଧୁନିକ ପୋଷାକ ପରିଧାନ କରିଥାନ୍ତି ସେଥିରେ ବି କୌଣସି ଅସୁବିଧା ନାହିଁ। ମାତ୍ର ତାହା କେତେ ଦୂର ଗ୍ରହଣୀୟ ତାହା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।
 
-ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ଯଦି କାରଣ ଦେଇ ଜଣେ ଦେଉଥାନ୍ତି ତେବେ ଧରି ନିଅନ୍ତୁ ସେ ଝିଅ ଟିକେ ଆଗ କୁହା ସ୍ୱଭାବର। ଉତ୍ତମ ଝିଅ ପ୍ରଶ୍ନର ଆବଶ୍ୟକତାକୁ ଲକ୍ଷ୍ୟ କରି ଉତ୍ତର ପ୍ରଦାନ କରିଥାନ୍ତି। 
 
-କୌଣସି କାରଣ ନ ଥାଇ ହସିବା ମଧ୍ୟ ଏକ ପ୍ରକାର ଅଶୋଭନୀୟ ଆଚରଣ। ଯଦି ଆପଣ ଦେଖିବାକୁ ଯାଇଥିବା ଝିଅ ବହୁତ ସମୟ ପର୍ଯ୍ୟନ୍ତ ବିନା କାରଣରେ ହସୁଛନ୍ତି ତେବେ ଧରିନିଅନ୍ତୁ ତାଙ୍କର ସାଧାରଣ ଜ୍ଞାନର ଅଭାବ ରହିଛି। ସେପରି ଝିଅକୁ ବିବାହ କଲେ ଆପଣ ଭଦ୍ର ସମାଜରେ ନିନ୍ଦିତ ହୋଇ ପାରନ୍ତି।