26 March 2017
10:30:59 PM
Sambad News
ଜୀବନଚର୍ଯ୍ୟା

ଏହି ୫ଟି ଜିନିଷ ରଖନ୍ତୁ, ଘରକୁ ଲକ୍ଷ୍ମୀ ଆସିବେ

By Sambad | Date: Jan 12 2017 2:19PM
ଏହି ୫ଟି ଜିନିଷ ରଖନ୍ତୁ, ଘରକୁ ଲକ୍ଷ୍ମୀ ଆସିବେ

ସାଧାରଣତଃ  ମା’  ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି  କହାଯାଇଥାଏ । ତେଣୁ ଲକ୍ଷ୍ମୀଙ୍କୁ ସର୍ବଦା ପ୍ରସନ୍ନ କରିବାକୁ ଲୋକମାନେ  ବିଭିନ୍ନ ଉପାୟ  ଅବଲମ୍ବନ କରିଥାନ୍ତି । ତେବେ ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଲାଗି କିଛି  ଉପାୟ ରହିଛି । ଏମିତି କିଛି ଜିନିଷ ରହିଛି ଯାହାର ଉପସ୍ଥିତି ହିଁ ଗୃହରେ ଲକ୍ଷ୍ମୀଙ୍କର ପ୍ରବେଶ  କରାଇଥାଏ ବୋଲି ବିଶ୍ୱାସ କରାଯାଏ ।ଆସନ୍ତୁ  ଜାଣିବା  କ’ଣ ଅଟେ ଏହି ଜିନିଷ ?

 
ଶ୍ରୀଫଳ: ଶ୍ରୀଫଳ ବା ନଡ଼ିଆକୁ  ମାତା ଲକ୍ଷ୍ମୀଙ୍କ ଫଳ ବୋଲି ବିବେଚନା କରା ଯାଇଥାଏ । ଯଦି ଆପଣ ଘରେ ମାତା ଲକ୍ଷ୍ମୀଙ୍କୁ ବାନ୍ଧି ରଖିବାକୁ ଚାହୁଁଥାନ୍ତି ତେବେ ଗୋଟିଏ   ଶ୍ରୀଫଳକୁ  ବିଧିବିଧାନର ସହିତ ପୂଜା କରି ଏକ ନାଲି  ସାଲୁ କପଡ଼ାରେ ବାନ୍ଧି ଘରେ ରଖି ଦିଅନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ  ପ୍ରସନ୍ନ ହୋଇଥା’ନ୍ତି ।
 
ଶ୍ରୀଯନ୍ତ୍ର :  ସାଧାରଣତଃ  ମାତା ଲକ୍ଷ୍ମୀଙ୍କର   ଶ୍ରୀଯନ୍ତ୍ରକୁ ଧନ ବୃଦ୍ଧି  ଏବଂ ଧନପ୍ରାପ୍ତି  ପାଇଁ ଉପଯୋଗ  କରାଯାଇଥାଏ । ତେଣୁ ଏହାକ ଆପଣଙ୍କ ଘରର ପୂଜା  ଘରେ  ରଖି ଦିଅନ୍ତୁ ।
 
ଲକ୍ଷ୍ମୀଙ୍କ ପାଦୁକା : ସାଧାରଣତଃ ବିଶ୍ୱାସ କରାଯାଇଥାଏ  ଯେ ଯଦି  ମାତା  ଲକ୍ଷ୍ମୀଙ୍କର ଚରଣ ପାଦୁକାକୁ   ଘରର ଏକ ପାର୍ଶ୍ୱରେ ରଖାଯାଏ ତେବେ   ମାତା ଲକ୍ଷ୍ମୀ  ସର୍ବଦା  ଗୃହକୁ ପ୍ରବେଶ କରିଥାନ୍ତି ।
 
ଶଙ୍ଖ : ଆପଣ ଯଦି ଆପଣଙ୍କ ଘରର ପୂଜା  ସ୍ଥାନରେ  କିମ୍ବା   ଆପଣଙ୍କ ଟଙ୍କା ଓ ଗହଣା ବାକ୍ସରେ  ଶଙ୍ଖକୁ ରଖୁଥାନ୍ତି  ତେବେ  ମାତା ଲକ୍ଷ୍ମୀ ଆପଣଙ୍କ ପ୍ରତି ପ୍ରସନ୍ନ ହୋଇଥାନ୍ତି। ଏହାଦ୍ୱାରା   ମା ’ ଲକ୍ଷ୍ମୀ ଆପଣଙ୍କ ଘର ପ୍ରତି ଆକର୍ଷିତ ହୋଇଥାନ୍ତି । ଫଳରେ ଆପଣଙ୍କ ଘରେ  ଧନର ବର୍ଷା ହୋଇଥାଏ ।
 
କୁବେରଙ୍କ ମୂର୍ତ୍ତି : ଯଦି ଆପଣ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ଚାହୁଁଛନ୍ତି ,ତେବେ  ଘରର  ଉତ୍ତର ପାର୍ଶ୍ୱରେ ଭଗବାନ କୁବେରଙ୍କ ମୂର୍ତ୍ତିକୁ  ସ୍ଥାପନ କରିବାକୁ  କେବେ  ହେଲେ  ଭୁଲନ୍ତୁ ନାହିଁ ।