23 August 2017
3:32:15 PM
image
Sambad News
ଜୀବନଚର୍ଯ୍ୟା

ଆଖିର ରଙ୍ଗରୁ ଜାଣନ୍ତୁ ମହିଳାଙ୍କର ରୋମାଣ୍ଟିକ୍‌ ମୁଡ୍‌

By Sambad | Date: Apr 20 2017 1:14PM
ଆଖିର ରଙ୍ଗରୁ ଜାଣନ୍ତୁ ମହିଳାଙ୍କର ରୋମାଣ୍ଟିକ୍‌ ମୁଡ୍‌

ମହିଳାଙ୍କର ଆଖି ହେଉଛି ପୁରୁଷଙ୍କ ପାଇଁ ଅନ୍ୟତମ ଆକର୍ଷଣ । ଆଖିର ରଙ୍ଗରୁ ବି ଜାଣି ହେବ ମହିଳାଙ୍କର ରୋମାଣ୍ଟିକ୍‌ ମୁଡ୍‌ । ଯେଉଁ ମହିଳାଙ୍କର ଆଖିର ରଙ୍ଗ ଏକଦମ୍‌ ନୀଳ ସେମାନଙ୍କୁ କୁହାଯାଏ ନୀଳନୟନା । ଏମାନେ ସ୍ୱଭାବତଃ ଖୁବ୍‌ ରୋମାଣ୍ଟିକ୍‌ । ଏମାନେ ଯେ କେହି ପୁରୁଷଙ୍କୁ ଆକର୍ଷିତ କରିବାର କ୍ଷମତା ରଖନ୍ତି । ଅପରପକ୍ଷରେ ଯେଉଁ ମହିଳାଙ୍କୁ ଚିଲ ଆଖିଆ ବୋଲି କୁହାଯାଏ  ସେ ଜୀବନରେ ରୋମାନସ୍‌ ଅପେକ୍ଷା ଶାରୀରିକ ସଂପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ବୋଲି ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ।
 
ଯେଉଁ ମହିଳାଙ୍କର ଆଖିର ରଙ୍ଗ ଏକଦମ୍‌ ସବୁଜ  ସେମାନେ ରୋମାନସ୍‌ ବାବଦରେ ଭାରି ମୁଡି । ଏମାନେ କାହାକୁ ସହଜରେ ବଶ କରିପାରନ୍ତି ତ ପୁଣି କାହା ସହ ସଂପର୍କ ଯୋଡିବାକୁ ଚାହାଁନ୍ତି ନାହିଁ । ଯେଉଁ ମହିଳାଙ୍କର ଆଖିର ରଙ୍ଗ ଏକଦମ୍‌ କଳା ସେମାନେ ପ୍ରେମ ବାବଦରେ ଖୁବ୍‌ ସତର୍କ । ସେମାନେ ପ୍ରେମରେ ବି ଖୁବ୍‌ ସଚ୍ଚୋଟ । ଯେଉଁ ମହିଳାଙ୍କର ଆଖିର ରଙ୍ଗ ବାଦାମୀ ସେମାନେ ପ୍ରେମ ବାବଦରେ ଖୁବ୍‌ କଠୋର  ହେଲେ ଅନ୍ୟସହ ସଂପର୍କ ଯୋଡି ତାଙ୍କୁ ରୋମାନସରେ ଖୁସି ରଖିପାରନ୍ତି ।