28 May 2017
5:57:57 PM
image
Sambad News
ଜୀବନଚର୍ଯ୍ୟା

ମହିଳାଙ୍କ ପାଇଁ ଲାଭପ୍ରଦ ଆତ୍ମରତି !

By Sambad | Date: Jan 9 2017 4:55PM
ମହିଳାଙ୍କ ପାଇଁ  ଲାଭପ୍ରଦ ଆତ୍ମରତି !

ସାଧାରଣରେ ଏକ ଧାରଣା ଯେ ମହିଳାମାନଙ୍କ ପାଇଁ ଆତ୍ମରତି କ୍ଷତିକାରକ । କିନ୍ତୁ ଏବେ ଏକ ଗବେଷଣାରୁ ଜଣାଯାଇଛି ଯେ ମହିଳାଙ୍କ ପାଇଁ ଆତ୍ମରତି ଲାଭପ୍ରଦ । ଏହା ମହିଳାଙ୍କର ଯୌନ ଜୀବନକୁ ସକ୍ରିୟ କରିଥାଏ। 
 
ଅନେକ ସମୟରେ ମହିଳାମାନେ ଅଭିଯୋଗ କରନ୍ତି ଯେ ସେମାନେ ଯୌନ ତୃପ୍ତି ପାଉ ନାହାନ୍ତି । କିନ୍ତୁ ଜଣେ ଆତ୍ମରତି କରିଲେ ନିଶ୍ଚିତ ରୂପେ ତୃପ୍ତି ପାଇବେ । ଖାଲି ସେତିକି ନୁହେଁ, ଏହି ଅଭ୍ୟାସ ଦ୍ୱାରା ମହିଳା ଶାରୀରିକ ସଂପର୍କ କରିବାଲାଗି ଅଧିକ ଆଗ୍ରହ ଦେଖାଇବେ । ଯେଉଁମାନେ ସେକ୍ସକୁ ନେଇ ନିରୁତ୍ସାହିତ ଥିବେ ସେମାନଙ୍କ ଲାଗି ଏହା ଭଲ ।
 
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆପଣ ସାଥୀଙ୍କଠାରୁ ଯୌନ ତୃପ୍ତି ନ ପାଇଲେ ମଧ୍ୟ ଆଉ ଦୁଃଖୀ ହେବେ ନାହିଁ । ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଯେ ଆତ୍ମରତି ମହିଳାଙ୍କୁ ଟେନସନ୍‌ ମୁକ୍ତ କରିବରେ ସହାୟକ ହୋଇଥାଏ । ସମ୍ଭୋଗ ବେଳେ ମହିଳାମାନଙ୍କ ଶରୀରରୁ ଡୋପାମାଇନ୍‌ ନାମକ ଏକ ହରମୋନ୍‌ ନିର୍ଗତ ହୋଇଥାଏ ତାହା ମଧ୍ୟ ଆତ୍ମରତି ସମୟରେ କ୍ଷରିତ  ହୋଇଥାଏ । 
 

image