26 May 2017
2:50:06 PM
image
Sambad News
ଜୀବନଚର୍ଯ୍ୟା

ଦିଲ୍ଲୀରେ କମୁଛି ପୁରୁଷଙ୍କ ସହବାସ ଇଚ୍ଛା: ଗବେଷଣା

ଆଧୁନିକ ଜୀବନଚର୍ଯ୍ୟା ଯୋଗୁଁ ପ୍ରଭାବିତ ହେଉଛି ସେକ୍ସ ଲାଇଫ୍‌

By Sambad | Date: Jan 11 2017 9:12AM
ଦିଲ୍ଲୀରେ କମୁଛି ପୁରୁଷଙ୍କ ସହବାସ ଇଚ୍ଛା: ଗବେଷଣା
Photo : EVOKE.ie

ଆଜିକାଲି ଅଧିକାଂଶ ଆଧୁନିକ ହେବା ଦୌଡ଼ରେ ନିଜକୁ ସାମିଲ୍‌ କରିଛନ୍ତି। ହେଲେ ଏଥିଯୋଗୁଁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯୌନ ଜୀବନ ଉପରେ ଆଧୁନିକତାର ଅନେକ ପ୍ରଭାବ ରହିଛି। ଚିନ୍ତା, ଧୂମପାନ, ଅସନ୍ତୁଳିତ ଖାଦ୍ୟ ଓ ପ୍ରଦୂଷଣ ଯୌନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଦିଲ୍ଲୀରେ ହୋଇଥିବା ଏକ ଗବେଷଣାରୁ ୩୦ ପ୍ରତିଶତ ପୁରୁଷଙ୍କ ସେକ୍ସ ଲାଇଫ୍‌  ଓ ୧୫ ପ୍ରତିଶତ ପୁରୁଷଙ୍କର ପୌରୁଷତ୍ୱ ଉପରେ ଏହା ପ୍ରଭାବ ପକାଉଥିବା ଜଣାପଡ଼ିଛି।
 
ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଉପରେ ଏହା ବେଶି ପ୍ରଭାବ ପକାଉଛି। ପୁରୁଷଙ୍କ ଲିବିଡୋ ହରମୋନ କ୍ଷରଣ ଏଥିଯୋଗୁଁ ବିଶେଷ ଭାବେ ପ୍ରଭାବିତ ହେଉଥିବା ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ର ସ୍ପେଶାଲିଷ୍ଟ ସାଗରିକା ଅଗ୍ରଓ୍ଵାଲ୍‌ କହିଛନ୍ତି।
 
ଦିଲ୍ଲୀରେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଯୋଗୁଁ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବି କମିବାରେ ଲାଗିଛି। ସହରୀକରଣ ଯୋଗୁଁ ପୁରୁଷଙ୍କର ଟେଷ୍ଟୋଟରନ୍‌ ଓ ଇଷ୍ଟ୍ରୋଜେନ୍‌ ସ୍ତର କମୁଛି। ଏହି କାରଣରୁ ସହବାସ ଇଚ୍ଛା କମିବା ସହ ମହିଳାଙ୍କର ଗର୍ଭ ଧାରଣ କ୍ଷମତା ପ୍ରଭାବିତ ହେଉଛି।
 
ପ୍ରଚୁର ପାଣି ପିଇବା ସହ ବିଭିନ୍ନ ତାଜା ପନିପରିବା ଯେପରି କି ଗାଜର,ତରଭୁଜ, କନ୍ଦମୂଳ,ଡାଳିମ୍ବ, ମାଛ ଓ କଖାରୁ ମଞ୍ଜି ଖାଇବା ଦ୍ୱାରା ଏହାକୁ କିଛି ମାତ୍ରାରେ ସନ୍ତୁଳିତ କରିହେବ। ଏହା ଦ୍ୱାରା ସ୍ପର୍ମ କାଉଣ୍ଟ ବୃଦ୍ଧି ହେବା ସହ ସହବାସର ଇଚ୍ଛା ବଢ଼ିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।

image