26 March 2017
10:26:29 PM
Sambad News
ଜୀବନଚର୍ଯ୍ୟା

କ୍ଷୀର ବି ହୋଇପାରେ କ୍ଷତିକାରକ

By Sambad | Date: Jan 10 2017 1:31PM
କ୍ଷୀର ବି ହୋଇପାରେ କ୍ଷତିକାରକ

 କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛିକ୍ଷୀର ସହିତ ଯାହା ଖାଇବା ଦ୍ୱାରା ଚର୍ମ ଜନିତ ରୋଗ, ଗ୍ୟାସ୍‌, ହଜମ ନ ହେବା ଆଦି ବ୍ୟତିକ୍ରମ ଦେଖାଯାଏ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା କ୍ଷୀର ସହିତ ଖାଇଲେ କ୍ଷତିକାରକ ହୋଇଥାଏ ।
 
ଲୁଣି ଜିନିଷ କିମ୍ବା ଚିପ୍ସ: କ୍ଷୀର ସହିତ ଲୁଣି ଖାଦ୍ୟଦ୍ରବ୍ୟ  କିମ୍ବା ଚିପ୍ସ ଭଳି ଜିନିଷ ଖାଇବା ଦ୍ୱାରା କ୍ଷୀରରେ ଥିବା ପ୍ରୋଟିନ ମିଳେ ନାହିଁ ଏବଂ ଚର୍ମ ରୋଗ ହେବାର ଆଶଙ୍କା ଦେଖା ଦେଇଥାଏ ।
 
ପିଆଜ: କ୍ଷୀର ସହିତ ପିଆଜ କିମ୍ବା ପିଆଜ ଖାଇବା ପରେ କ୍ଷୀର ପିଇବା ଦ୍ୱାରା କୁଣ୍ଡିଆ  ଏବଂ ଏଗଜିମା ଆଦି ରୋଗ ହେବାର ଆଶଙ୍କା ସୃଷ୍ଟିହୁଏ।
ଲଙ୍କା: ଲଙ୍କା କିମ୍ବା ଲଙ୍କାରେ ତିଆରି ।ହୋଇଥିବା କିଛି ଜିନିଷ କ୍ଷୀର କିମ୍ବା କ୍ଷୀରରେ ତିଆରି ହୋଇଥିବା କିଛି ଜିନିଷ ସହିତ ମିଶାଇ  ଖାଇଲେ ଏସିଡିଟି, ପେଟ ବିନ୍ଧା, ଗ୍ୟାସ ଏବଂ ବାନ୍ତି ହେବାର ଆଶଙ୍କା ଥାଏ ।
ମାଛ: କ୍ଷୀର ଯହିତ ମାଛ ଖାଇବା ଦ୍ୱାରା ପେଟରେ ଗ୍ୟାସ ସହିତ ଚର୍ମରେ ଏର୍ଲଜି ହେବାର ଆଶଙ୍କା ଦେଖାଦିଏ । 
ଲେମ୍ବୁ: ଲେମ୍ବୁ କିମ୍ବା ଖଟା ଜିନିଷ ଖାଉଥିଲେ ଏକ ଘଣ୍ଟା ଯାଏଁ କ୍ଷୀର ପିଇବା ଅନୁଚିତ । ନହେଲେ ଗ୍ୟାସ କିମ୍ବା ଏସିଡିଟି ହେବାର ଆଶଙ୍କା ଦେଖାଯାଏ ।