30 March 2017
12:06:04 PM
Sambad News
ଜୀବନଚର୍ଯ୍ୟା

କେଉଁ ରାଶିର ଲୋକ କେଉଁ ରାଶିର ଲୋକଙ୍କୁ ବିବାହ କରିବା ଉଚିତ ନୁହେଁ

By Sambad | Date: Jan 12 2017 2:20PM
କେଉଁ ରାଶିର ଲୋକ କେଉଁ ରାଶିର ଲୋକଙ୍କୁ ବିବାହ କରିବା ଉଚିତ ନୁହେଁ

 କେଉଁ ରାଶିର ଲୋକ କେଉଁ ରାଶିର ଲୋକଙ୍କୁ ବିବାହ କରିବା ଉଚିତ ନୁହେଁ ତାହା ଜାଣନ୍ତୁ.. .

ମେଷ- ଏହି ରାଶିର  ଲୋକ ଖୁବ୍‌ ସାହସୀ,ସ୍ୱତନ୍ତ୍ର ଏବଂ ଭାବୁକ । ଅପରପକ୍ଷରେ ବୃଷ ରାଶିର ଲୋକଏହାର ବିପରୀତ ସ୍ୱଭାବର । ଏଣୁ ଏ ଦୁଇ ରାଶର ଲୋକଙ୍କ ଭିତରେ ଆଦୌ ପଡ଼େ ନାହିଁ ।
ବୃଷ-ଏହି ରାଶିର  ଲୋକ ଖୁବ୍‌ ବିଶ୍ୱସ୍ତ ଏବଂ ନିଷ୍ଠାବାନ୍‌ । ତା’ଛଡ଼ା ଏମାନଙ୍କର ବ୍ୟାବହାରିକ ଜ୍ଞାନ ମଧ୍ୟ ଭଲ । ଅନ୍ୟପକ୍ଷରେ ଧନୁ ରାଶିର ବ୍ୟକ୍ତି ଏହାର ବିପରୀତଧର୍ମୀ । ଏଣୁ ବୃଷ ରାଶିର ଲୋକେ ଧନୁରାଶିର  ଲୋକଙ୍କୁ ବିବାହ କରିବା ଅନୁଚିତ ।
 ମିଥୁନ- ଏମାନେ ଭାରି ବିଶ୍ୱସ୍ତ ଏବଂ ଫନ୍‌ ଲଭିଂ । ଏମାନେ ଜୀବନରେ କିଛି ନୂଆ କରିବାକୁ ଚାହାନ୍ତି । କିନ୍ତୁ ମକର ରାଶିର ଲୋକ ସମୟ ସହିତ ତାଳ ଦେଇ ଚାଲିବାକୁ ଭଲ ପାଆନ୍ତି । ଏଣୁ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବା ଉଚିତ ନୁହେଁ ।
କର୍କଟ- ଏମାନେ ଖୁବ୍‌ ସାହାଯ୍ୟକାରୀ ସ୍ୱଭାବର ଏବଂ ଯତ୍ନଶୀଳ । ଏହି ରାଶିର ସବୁଠୁ ବଡ଼ ଖରାପ ଯୋଡ଼ିଦାର ହେଲେ କୁମ୍ଭ ରାଶିର ଲୋକ । କାରଣ ଏମାନେ ନିଜର ଜମା ଅର୍ଥକୁ ବହୁତ ଭଲ ପାଆନ୍ତି । ଏମାନେ ଅନେକ ସମୟରେ ନିଜ ମନ ମୁତାବକ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି । ଏହା କିନ୍ତୁ କୁମ୍ଭ ରାଶିର ଲୋକେ ବରଦାସ୍ତ କରିପାରନ୍ତି ନାହିଁ ।