20 February 2017
12:21:32 AM
Sambad News
ଜୀବନଚର୍ଯ୍ୟା

ବିବାହ ପୂର୍ବରୁ ଏକାଧିକ ପାର୍ଟନର୍‌ଙ୍କ ସହ ସେକ୍ସ୍‍ କରିଥିବା ବ୍ୟକ୍ତିଙ୍କ ଭିତରେ ଛାଡ଼ପତ୍ର ସଂଖ୍ୟା ଅଧିକ

By Sambad | Date: Jan 10 2017 8:10AM
ବିବାହ ପୂର୍ବରୁ ଏକାଧିକ ପାର୍ଟନର୍‌ଙ୍କ ସହ ସେକ୍ସ୍‍ କରିଥିବା ବ୍ୟକ୍ତିଙ୍କ ଭିତରେ ଛାଡ଼ପତ୍ର ସଂଖ୍ୟା ଅଧିକ
Photo :Beautiful hd wallpaper

ବିବାହ ପୁର୍ବରୁ ବହୁ ନାରୀ ବା ବହୁ ପୁରୁଷ ସମ୍ଭୋଗ କରିଥିବା ବ୍ୟକ୍ତିଙ୍କର ବିବାହ ସଫଳ ହୁଏନାହିଁ। ଅଧିକାଂଶଙ୍କର ଛାଡ଼ପତ୍ର ହୋଇଥାଏ। ୟୁନିଭର୍‌ସିଟି ଅଫ୍‌ ଉଥ୍‌ର ଗବେଷକ ନିକୋଲ୍‌ସ ଏଚ. ଓ୍ଵଲ୍‌ଫିଙ୍ଗ୍‌ରଙ୍କର ଏକ  ଗବେଷଣାରୁ ଏହା ସ୍ପଷ୍ଟ ହୋଇଛିି।  ଯେଉଁ ବ୍ୟକ୍ତି ବିବାହ ପୂର୍ବରୁ ଏକାଧିକ ପାର୍ଟନର୍‌ଙ୍କ ସହ ସେକ୍ସ୍‍ ସଂପର୍କ ରଖି ଥାଆନ୍ତି ସେମାନଙ୍କ କ୍ଷେତ୍ରରେ ଛାଡ଼ପତ୍ର ବେଶି ହୋଇଥାଏ। ଏପରିକି ଆପଣଙ୍କ ବିବାହ କେତେ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବା, ତାହା ମଧ୍ୟ ନିର୍ଭର କରେ ଆପଣଙ୍କ ପୂର୍ବ ସେକ୍ସ୍‍ ସଂପର୍କ ଉପରେ।
 
ବ୍ରାଭୋ ଟିଭିରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ମୁଖ୍ୟତଃ ୧୦ରୁ ଊର୍ଧ୍ୱ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ପୁରୁଷଙ୍କର ବେଶି ଛାଡ଼ପତ୍ର ହୋଇଥାଏ। ସେହିପରି ୨ ଜଣରୁ ଊର୍ଧ୍ୱ ପୁରୁଷଙ୍କ ସହ ସଂପର୍କ ରଖିଥିବା ମହିଳାଙ୍କର ମଧ୍ୟ ଶୀଘ୍ର ଛାଡ଼ପତ୍ର ହୋଇଥାଏ। ତେବେ, ଭର୍ଜିନ ମହିଳାମାନଙ୍କର ଅର୍ଥାତ ବିବାହ ପୂର୍ବରୁ ଯୌନସଂପର୍କ ରଖି ନ ଥିବା ମହିଳାଙ୍କର ମୁଖ୍ୟତଃ ଛାଡ଼ପତ୍ର ହୋଇ ନ ଥାଏ ବୋଲି ଗବେଷକ ସ୍ପଷ୍ଟ କରିଛନ୍ତି। 
 
ଏହି ଛାଡ଼ପତ୍ର କେତେକାଂଶରେ ଧର୍ମ ଉପରେ ବି ନିର୍ଭର କରିଥାଏ । ବିଶେଷଜ୍ଞ ଜାଣିବାକୁ ପାଇଛନ୍ତି ଯେ ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଚର୍ଚ୍ଚ ଯାଉଥିବା ଲୋକଙ୍କର ଛାଡ଼ପତ୍ର ସଂଖ୍ୟ କମ୍‌।