23 September 2017
8:08:47 PM
Sambad News
ଜୀବନଚର୍ଯ୍ୟା

ଅଫିସରେ ରୋମାନସ୍‌ କରୁଛନ୍ତି କି?

ଏଥିପ୍ରତି ଧ୍ୟାନ ଦିଅନ୍ତୁ…

By Sambad | Date: Jan 8 2017 10:39AM
ଅଫିସରେ ରୋମାନସ୍‌ କରୁଛନ୍ତି କି?

କ୍ୟାରିଅର୍‌ ବିଲଡର୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ଶତକଡ଼ା ୩୭ କର୍ମଚାରୀ ଅଫିସରେ ରୋମାନସ୍‌ କରନ୍ତି ଆଉ ସେଥିମଧ୍ୟରୁ ପ୍ରାୟ ୩୩ ପ୍ରତିଶତ କେବଳ ପାର୍ଟନରଙ୍କୁ ବିବାହ କରିଥାନ୍ତି । ଆପଣ ଯଦି ଅଫିସରେ ରୋମାନସ୍‌ କରୁଥାନ୍ତି , ତେବେ  
ଏଥିପ୍ରତି ଧ୍ୟାନ ଦିଅନ୍ତୁ…
ଯଦି ଆପଣଙ୍କର ଆଫେଆରର ଅୟମାରମ୍ଭ ହୋଇଛି ତେବେ ଏହାକୁ ଅଫିସ୍‌ ଗସିପ୍‌ ହେବାକୁ ଦିଅନ୍ତୁ ନାହିଁ । ଯେ ପର୍ଯ୍ୟନ୍ତ ଏହା ସିରିଅସ୍‌ ନ ହୋଇଛି ସେପର୍ଯ୍ୟନ୍ତ ଏହାକୁ ଗୋପନୀୟ ରଖିପାରିଲେ ଭଲ ।
ଯଦି ଆପଣ ନିଜର ବସ୍‌ଙ୍କ ସହ ରୋମାନସ୍‌ କରୁଥାନ୍ତି ତେବେ ଅଧିକ ସତର୍କ ରହନ୍ତୁ କାରଣ ଆପଣ ନିଜର କ୍ଷମତାର ଅପପ୍ରୟୋଗ କରିପାରନ୍ତି ଏବଂ ଏହା ଆପଣଙ୍କୁ ଅନ୍ୟମାନଙ୍କର ଚକ୍ଷୁଶୀଳ କରିପାରେ ।
କେତେକ ଅଫିସ୍‌ରେ ଡେଟିଂକୁ ନେଇ କଡା ନିୟମ ବି ଥାଏ । ଏକ୍ଷେତ୍ରରେ ତାହାପାଳନ କରିବା ଉଚିତ ।
ଯଦି ଅନ୍ୟ ଜଣେ କର୍ମଚାରୀ ଆପଣଙ୍କ ପାର୍ଟନରଙ୍କ ସହିତ ରୋମାନସ୍‌ କରିବାକୁ ଚେଷ୍ଟା କରୁଛି ତେବେ ଭୁଲରେ ବି ତାକୁ ଦୂରେଇବା ଲାଗି କଦାଚିତ୍‌ ସେହି ସହକର୍ମୀଙ୍କ ସହିତ ବେଡ୍‌ ସେଆର୍‌ କରନ୍ତୁ ନାହିଁ ।
ଅଫିସରେ ପାଟନରଙ୍କ ସହ ବେଶି ରୋମାଣ୍ଟିକ୍‌ ହୁଅନ୍ତୁ ନାହିଁ କାରଣ ଏହା ଦ୍ୱାରା କୌଣସି ଅଘଟଣର ଆଶଙ୍କା ରହିଛି।
 

image