30 April 2017
10:31:21 AM
image
Sambad News
ଜୀବନଚର୍ଯ୍ୟା

ନିଜର ସାଥୀଙ୍କୁ ପାଗଳ ଭଳି ଭଲପାଆନ୍ତି ଏହି ୫ଟି ରାଶିର ବ୍ୟକ୍ତି !

By Sambad | Date: Apr 21 2017 8:28AM
ନିଜର ସାଥୀଙ୍କୁ ପାଗଳ ଭଳି ଭଲପାଆନ୍ତି ଏହି ୫ଟି ରାଶିର ବ୍ୟକ୍ତି !
Photo : Conscious Life News

ଜ୍ୟୋତିଷ ଶାସ୍ତ୍ରରେ ପ୍ରଦତ୍ତ ବିଭିନ୍ନ ରାଶିର ବ୍ୟକ୍ତଙ୍କ ସ୍ୱଭାବକୁ ଅନୁଶୀଳନ କରି ଜଣାଯାଇଛି କି ଏହି ୫ଟି ରାଶିର ବ୍ୟକ୍ତିସେମାନଙ୍କର ପ୍ରେମୀଙ୍କୁ ପାଗଳଙ୍କ ଭଳି ଭଲ ପାଇଥା’ନ୍ତି।
 
ମିଥୁନ ରାଶି : ପାଗଳପ୍ରେମୀଙ୍କ କଥା ଉଠିଲେ ସମସ୍ତଙ୍କ ଆଗରେ ଆସିଥା’ନ୍ତି  ମିଥୁନ ରାଶିର ବ୍ୟକ୍ତି। ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ  ସେମାନଙ୍କର ସାଥୀ ଓ ନିଜ ପାଇଁ ବହୁତ ବଡ଼ ବଡ଼ ସ୍ୱପ୍ନକୁ ଦେଖିବସନ୍ତି । ଯାହାକୁ ସତ କରିବାଟା ଏମାନଙ୍କ ପାଇଁ  ବେଳେବେଳେ କଷ୍ଟ ହୋଇପଡ଼େ। ଆଉ ଯଦି କୌଣସି କାରଣବଶତଃ ଏମାନେ ନିଜର ସ୍ୱପ୍ନଟିକୁ ପୂରା  କରି ପାରନ୍ତିନି , ତେବେ ଏମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏମାନେ ନିଜର ଜୀବନଟିକୁ  ପାର୍ଟନର ବିନା  ବଞ୍ଚି ରହିବାକୁ ଭାବି ପାରି ନ ଥାନ୍ତି ।
 
କର୍କଟ ରାଶି: ଯଦି କାହାରି କର୍କଟ ରାଶିର ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ବନ୍ଧ ରହିଥାଏ,ତେବେ ଜାଣନ୍ତୁ ଯେ  ସେ ବହୁତ ସୌଭାଗ୍ୟଶାଳୀ। କାହିଁକିନା ଏହି ରାଶିର ବ୍ୟକ୍ତି ବିଶ୍ୱାସଯୋଗ୍ୟ ଏବଂ ସଚ୍ଚୋଟ । ଏମାନଙ୍କୁ  ଆପଣ ବିନା ଦ୍ୱିଧାରେ ନିଜର କଷ୍ଟ, ଯନ୍ତ୍ରଣା ଏବଂ ବ୍ୟକ୍ତିଗତ କଥା କହିପାରନ୍ତି।ଏହି ରାଶିର ବ୍ୟକ୍ତି ନିଜର ସାଥୀଙ୍କୁ ସଂପୂର୍ଣ୍ଣ ରୂପରେ ନିର୍ଭର କରନ୍ତି।
 
କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତିଙ୍କ  ଜୀବନରେ  ନିଜର  ପ୍ରେମୀଙ୍କ  ବ୍ୟତୀତ ଆଉ କେହି ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାନ୍ତି। କାହିଁକିନା ଏମାନେ ନିଜର ପ୍ରେମୀଙ୍କୁ ପାଗଳଙ୍କ ପରି ଭଲ ପାଆନ୍ତି। ଆଉ ଯେଉଁଥିପାଇଁ  କି ଏହି ରାଶିର ବ୍ୟକ୍ତିଙ୍କର ନଜରଟି ପ୍ରେମୀ  ଜଣଙ୍କ ଉପରୁ  ଜମାରୁ ହେଲେ ବି ହଟେ ନାହିଁ। ଏମାନେ ଅହରହ ନିଜର ପ୍ରେମୀର ଭାବନାରେ ଡ଼ୁବି ରୁହନ୍ତି। ଯେଉଁ କାରଣ ପାଇଁ ଏମାନଙ୍କ ସଂପର୍କ ବେଶି ସମୟ ପାଇଁ  ତିଷ୍ଠି  ରହି ନ ଥାଏ।
 
କୁମ୍ଭ ରାଶି : ତେବେ କୁମ୍ଭ ରାଶିର ବ୍ୟକ୍ତି  ଯାହାଙ୍କ ସହିତ ନିଜର ସଂପର୍କ ବାନ୍ଧିଥା’ନ୍ତି ,ସେମାନେ ଜୀବନସାରା  ସେହି ସଂପର୍କରେ  ଯୋଡ଼ି  ହୋଇ ରହନ୍ତି। ଏମାନେ କୌଣସି ପରିସ୍ଥିତିରେ ବି ନିଜର ପ୍ରେମୀଠାରୁ ଅଲଗା  ହୋଇ ରହିପାରନ୍ତିନି। ଏମାନେ ଏମାନଙ୍କ ପ୍ରେମୀ ସହିତ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହନ୍ତି। କାହିଁକିନା ଏମାନେ ପ୍ରେମୀ ବିନା ନିଜର ଜୀବନଟିକୁ ତୁଚ୍ଛ ବୋଲି ମନେ କରନ୍ତି।
 
ମୀନ ରାଶି : ମୀନ ରାଶିର ବ୍ୟକ୍ତି  ସେମାନଙ୍କ ସାଥୀ  ସହିତ ପ୍ରଗାଢ଼ ସଂପର୍କ ରଖିଥା’ନ୍ତି। ଏମାନେ ଏମାନଙ୍କର ସାଥୀକୁ ନେଇ ବହୁତ ଯତ୍ନଶୀଳଏବଂ ଭାବୁକ । ଏମାନଙ୍କ ପାଇଁ ଦୁନିଆର ଯଦି କେହି ସବୁଠୁ  ଗୁରୁତ୍ୱପୂର୍ଣ୍ଣ ରହିଥାଏ  ତ ସିଏ ହେଉଛି ପ୍ରେମୀ। ତେବେ ଯେଉଁମାନଙ୍କ ସହିତ ଏମାନଙ୍କର ପ୍ରେମ ସମ୍ବନ୍ଧଟି ରହିଥାଏ ,ସେମାନଙ୍କ ଲାଗି ସମସ୍ତ  ପରିସ୍ଥିତିରେ ଏମାନେ ଜଗୁଆଳି ଭଳି ଛିଡ଼ା ହୁଅନ୍ତି।

image