26 April 2017
1:25:57 PM
image
Sambad News
ଜୀବନଚର୍ଯ୍ୟା

ଏହି ୫ଟି ରାଶିର ବ୍ୟକ୍ତି ପ୍ରାୟତଃ ଧୋକାବାଜ୍‌ ନୁହନ୍ତି

By Sambad | Date: Jan 8 2017 9:11AM
ଏହି ୫ଟି ରାଶିର ବ୍ୟକ୍ତି ପ୍ରାୟତଃ ଧୋକାବାଜ୍‌ ନୁହନ୍ତି
Photo : You Tube

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ  ୧୨ଟି ରାଶି ରହିଥିବାବେଳେ  ପ୍ରତ୍ୟେକ ରାଶିର କିଛି ନା କିଛି ବିଶେଷତ୍ୱ ରହିଛି । ଖାଲି ଏତିକି ନୁହେଁ,  ରାଶି ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ଓ ଚରିତ୍ର ମଧ୍ୟ ଭିନ୍ନଭିନ୍ନ ହୋଇଥାଏ। ଏହା ସେମାନଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିଥାଏ । ଏହି ଆଧାରରେ ଆଜି ଆପଣଙ୍କୁ  ଏମିତି ୫ଟି ରାଶିର ବ୍ୟକ୍ତିଙ୍କ  ବିଷୟରେ ଆମେ ଜଣାଉଛୁ , ଯେଉଁମାନଙ୍କ ଉପରେ ଆପଣ ବିଶ୍ୱାସ କରିପାରିବେ। ଆଉ ଏହା  ମଧ୍ୟ ସତ୍ୟ ଯେ ଏହି ରାଶିର ବ୍ୟକ୍ତି ଆପଣଙ୍କୁ  କୌଣସି ପ୍ରକାରରେ ମଧ୍ୟ ଧୋକା ଦେବେ ନାହିଁ । ଆସନ୍ତୁ ଜାଣିବା ଏହି ୫ଟି ବିଶ୍ୱସନୀୟ ରାଶି ବିଷୟରେ…।
ବୃଷ : ଯଦି ଜାତକ ଅନୁଯାୟୀ କେଉଁ ରାଶି ସବୁଠୁ ଭରସାଯୋଗ୍ୟ ବୋଲି ବିବେଚନା କରାଯାଏ ,ତେବେ  ପ୍ରଥମେ ଆସେ ବୃଷ। କାହିଁକିନା  ସମସ୍ତ  ୧୨ଟି ରାଶି ମଧ୍ୟରୁ  ବୃଷ ରାଶିର ଜାତକ  ଥିବା  ବ୍ୟକ୍ତି  ଅଧିକ ଭରସାଯୋଗ୍ୟ । ଏହି ରାଶିର ଜାତକ ଥିବା ଲୋକ ସେହିମାନଙ୍କର ବହୁତ ଧ୍ୟାନ ରଖିଥାନ୍ତି ,ଯେଉଁମାନେ କି  ତାଙ୍କର ଅତି ପ୍ରିୟ । ଏମାନେ ନିଜଠାରୁ ଅଧିକ  ଅନ୍ୟମାନଙ୍କ ଖୁସିକୁ ଗୁରୁତ୍ୱ ଦେଇଥାନ୍ତି । 
କର୍କଟି : ବିଶ୍ୱାସଯୋଗ୍ୟ ରାଶିମାନଙ୍କ ମଧ୍ୟରେ  ଦ୍ୱିତୀୟ ରାଶି ଅଟେ କର୍କଟ । ଏହି ରାଶିର ବ୍ୟକ୍ତି କାହାର କ୍ଷତି  କରିଲା ପରି କାମ କରନ୍ତିନି। । ତେବେ ଯେଉଁ ଲୋକମାନେ କର୍କଟ ରାଶିର ଜାତକ ଥିବା ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି; ସେମାନେ  ବହୁତ ଭାଗ୍ୟବାନ ଥାନ୍ତି ବୋଲି  ବିଶ୍ୱାସ  କରାଯାଏ । 
ତୁଳା : ୫ଟି  ବିଶ୍ୱାସଯୋଗ୍ୟ ରାଶି  ମଧ୍ୟରେ ତୃତୀୟ କ୍ରମ ତୁଳା ରାଶିର ଜାତକ ଥିବା  ବ୍ୟକ୍ତିଙ୍କର । କୁହାଯାଏ ଯେ ,ଏହି ରାଶିର ବ୍ୟକ୍ତି  ଅନ୍ୟମାନଙ୍କୁ କଷ୍ଟ ଦେବାକୁ ଚାହିଁ ନ ଥାନ୍ତି ।  ଏମାନେ ସାମ୍ନାରେ ଥିବା ଲୋକଙ୍କ ଭାବନାଙ୍କୁ ଧ୍ୟାନରେ ରଖନ୍ତି ଏବଂ ଏହି କାରଣରୁ ଏମାନେ କାହାକୁ ଧୋକା ଦିଅନ୍ତି  ନାହିଁ । ଏହି ରାଶିର ବ୍ୟକ୍ତି  ରୋମାଣ୍ଟିକ୍‌ ସ୍ୱଭାବର ଅଟନ୍ତି । ଆଉ ଯେଉଁ ଲୋକ ରୋମାଣ୍ଟିକ, ସେମାନେ ଧୋକା ଦେଇ ନ ଥାନ୍ତି ବୋଲି ବିଶ୍ୱାସ ମଧ୍ୟ ରହିଛି । 
ବିଛା : ବିଶ୍ୱସନୀୟ ରାଶି ମଧ୍ୟରେ ଚତୁର୍ଥ  ରାଶି ହେଉଛି ବିଛା । ବିଛା ରାଶିର ଜାତକ ସେମାନଙ୍କ ଜୀବନର ଛୋଟ ଛୋଟ ଖୁସିକୁ  ନେଇ ଆନନ୍ଦରେ ବଞ୍ଚିବାକୁ ଚେଷ୍ଟା କରନ୍ତି । ଏହି ରାଶିର ଲୋକ ଦିନରାତି  ଏହି ଚେଷ୍ଟାରେ ଥାନ୍ତି କି କିପରି ଅନ୍ୟମାନେ ତାଙ୍କ ପ୍ରତି ପ୍ରସନ୍ନ ହେବେ। ଏମାନେ ଏମାନଙ୍କ ନିଜ ଲୋକଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି । ଏହି କାରଣରୁ  କାହାକୁ ଧୋକା ଦେବା  ମଧ୍ୟ ଏମାନଙ୍କ ଚିନ୍ତା ପରିସରରେ ନ ଥାଏ । 
ମକର : ଏହି ରାଶିର ଜାତକ ଯଦି କୌଣସି ସଂପର୍କରେ ବାନ୍ଧି ହୁଅନ୍ତି; ତେବେ  ସେମାନେ ସେହି ସଂପର୍କକୁ  ପୂରା ନିଷ୍ଠା ସହକାରେ ନିିଭାଇବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଏମାନଙ୍କଠାରୁ ଧୋକା ପାଇବାର କୌଣସି ପ୍ରଶ୍ନ ଉଠି ନ ଥାଏ । 
 

image