26 February 2017
11:40:10 AM
Sambad News
ଜୀବନଚର୍ଯ୍ୟା

‘ସେକ୍ସ୍‍..... କିପ୍‌ସ ଦ ଡକ୍ଟର ଆେଓ୍ଵ’ : ଗବେଷଣା

By Sambad | Date: Jan 7 2017 8:31AM
‘ସେକ୍ସ୍‍..... କିପ୍‌ସ ଦ ଡକ୍ଟର ଆେଓ୍ଵ’ : ଗବେଷଣା

ଆଗରୁ କଥାଟେ ରହି ଆସିଛି କି ‘ଓ୍ଵାନ୍‌ ଆପଲ୍‌ ଏ ଡେ, କିପ୍‌ସ ଦ ଡକ୍ଟର୍‌ ଆେଓ୍ଵ’(ଦିନକୁ ଗୋଟାଏ ସେଓ ଖାଇଲେ ଆଉ ଡାକ୍ତରଙ୍କ ଦରକାର ପଡ଼ିବ ନାହିଁ)। ସେହିପରି ଏବେ  ବିଶେଷଜ୍ଞମାନେ ମତ ଦେଇଛନ୍ତି କି ‘ସେକ୍ସ୍‍ ଏଭ୍ରିଡେ, କିପ୍‌ସ ଦ ଡକ୍ଟର ଆେଓ୍ଵ’ ଅର୍ଥାତ ପ୍ରତିଦିନ ସମ୍ଭୋଗ କରିବା ଦ୍ୱାରା ବ୍ୟକ୍ତିକୁ ଆଉ ଡାକ୍ତରଙ୍କ ଦରକାର ପଡ଼ିବ ନାହିଁ। କାହିଁକି ନାଁ ନିତି ସମ୍ଭୋଗ କରୁଥିବା ବ୍ୟକ୍ତିଙ୍କର ଏହି ସବୁ ଲାଭ ହୋଇଥାଏ।
 
- ଗବେଷଣାରୁ ଜଣାପଡ଼ିଛି ସେକ୍ସ୍‍ ଉତ୍ତମ ନିଦ୍ରାର କାରଣ। ଉତ୍ତମ ନିଦ୍ରା ମଣିଷ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକୟ
 
- ବ୍ୟାୟାମ ଶରୀରରୁ ବହୁ ରୋଗରୁ ଦୂର କରିବାରେ ସହାୟ ହୋଇଥାଏ ଏବଂ ସେକ୍ସ୍‍ ମଧ୍ୟ ଏକ ପ୍ରକାର ବ୍ୟାୟାମ। ପ୍ରତିଦିନ ସେକ୍ସ୍‍ କରୁଥିବା ବ୍ୟକ୍ତିକୁ ବ୍ୟାୟାମ କରିବା ଆବଶ୍ୟକ ନାହିଁ।
 
- ବିଶ୍ୱାସ ନ ହେଲେ ବି କଥାଟା ସତ। ସେକ୍ସ୍‍ ହେଉଛି ଏକ ପ୍ରକାରର ଆୟୁ ବୃଦ୍ଧିକାରୀ କ୍ରିୟା। ନିୟମିତ ସେକ୍ସ୍‍ କରୁଥିବା ବ୍ୟକ୍ତିଙ୍କ ଆୟୁଷ ଅପେକ୍ଷାକୃତ ବୃଦ୍ଧି ପାଇଥାଏ ବୋଲି ଗବେଷକ ମତ ଦେଇଛନ୍ତି। 
 
- ଅଣ୍ଟା ଦରଜ, କାନ୍ଧ ବିନ୍ଧିବା ଓ କ୍ଳାନ୍ତ ଲାଗିବା ଭଳି ଅନେକ ସମସ୍ୟକୁ ସେକ୍ସ୍‍ ଦୂର କରିଥାଏ।
 
-ମନ ଭାରାକ୍ରାନ୍ତ ଥିଲେ ସମ୍ଭୋଗ  ବିଷାଦ କମ୍‌ କରିବାରେ ସହାୟକ ହୋଇଯାଏ।