30 May 2017
11:06:06 AM
image
Sambad News
ଜୀବନଚର୍ଯ୍ୟା

ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଆନ୍ତୁ ଖାଦ୍ୟ

By Sambad | Date: May 19 2017 8:48PM
ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଆନ୍ତୁ ଖାଦ୍ୟ

 ନିଜକୁ ସୁସ୍ଥ ଓ ସତେଜ ରଖିିିବା ଲାଗି ବ୍ଲଡ୍‌ ଗ୍ରୁପ୍‌ ବା ରକ୍ତର ଶ୍ରେଣୀ ଅନୁସାରେ ଖାଦ୍ୟ ଖାଆନ୍ତୁ। ଏହା ଦ୍ୱାରା ହଜମ କ୍ରିୟା ସୁଗମ ହୁଏ। ମେଦ ବହୁଳତାର ଶିକାର ହେବା, ଆଶଙ୍କା କମେ। ଶରୀର ସୁସ୍ଥ ଓ ନିରୋଗ ରହେ। ନିଜର ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ, ଆସନ୍ତୁ ଜାଣିବା: 

‘ଓ’: ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ। ଚର୍ବିହୀନ ମାଂସ ଓ ମାଛ ବି ଖାଇପାରିବେ। ଖିର ଓ ଖିରଜାତ ଖାଦ୍ୟଠାରୁ ଯଥା ସମ୍ଭବ ଦୂରେଇରହନ୍ତୁ। ସକାଳେ ଓ ସନ୍ଧ୍ୟାରେ ଚାଲିବା ସହ କିଛି ବ୍ୟାୟାମ କରନ୍ତୁ।
‘ବି’: ଏହି ରକ୍ତ ଶ୍ରେଣୀର ଲୋକଙ୍କ ପାଇଁ ଓଜନ କମାଇବା ସହଜ। ମାଛ, ମାଂସ, ସବୁଜ ପନିପରିବା ଖାଆନ୍ତୁ। ଅଧିକ ଉତ୍ତାପରେ ରନ୍ଧା ବା ସିଝା ଖାଦ୍ୟ ଖାଆନ୍ତୁନାହିଁ। କଫି ସେବନ କରିପାରିବେ। ସପ୍ତାହରେ ଦୁଇ-ତିନି ଥର ବାସ୍କେଟ୍‌ ବଲ୍‌, ଭଲି ବଲ୍‌ ଖେଳନ୍ତୁ। ନୃତ୍ୟ ଅଭ୍ୟାସ କରନ୍ତୁ। 
‘ଏ’: ପୁଷ୍ଟିସାର ଓ ଶସ୍ୟଜାତୀୟ ଖାଦ୍ୟ ଏହି ଗ୍ରୁପ୍‌ ରକ୍ତଧାରୀଙ୍କ ପାଇଁ ଅଧିକ ଲାଭଦାୟକ। ଅଧିକ ପରିବା ଖାଆନ୍ତୁ। ମାଂସ ଖାଇବା କମାନ୍ତୁ, ଓଜନ ଠିକ୍‌ ରହିବ। ଧାନ, ଗହମ, କୋଳି, ପାସ୍ତା, ସତେଜ ଫଳ ଖାଆନ୍ତୁ। ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରନ୍ତୁ।
‘ଏବି’: ଏହି ଗ୍ରୁପ୍‌ ରକ୍ତଧାରୀଙ୍କ ପାଇଁ ଶାକାହାରୀ ଖାଦ୍ୟ ଉତ୍ତମ। ତେବେ, ମଝିରେ ମଝିରେ ଅଳ୍ପ ମାଂସ ଖାଇପାରିବେ। ପରିବା, ଧାନ, ଗହମ, ଡାଲିଜାତୀୟ ଖାଦ୍ୟ, ମାଛ ଖାଇବା ଉଚିତ। ଦୁଇ ତିନି ଦିନ ବ୍ୟବଧାନରେ ହାଲୁକା ଭାବେ ଚାଲନ୍ତୁ। ଯୋଗ ଅଭ୍ୟାସ କରନ୍ତୁ। 

image