29 March 2017
2:46:48 PM
Sambad News
ଜୀବନଚର୍ଯ୍ୟା

ଗର୍ଭବତୀ ଚାହାଁନ୍ତି ତାଙ୍କ ସ୍ୱାମୀ ଜାଣନ୍ତୁ ଏ ସବୁ କଥା

By Sambad | Date: Jan 12 2017 12:10PM
ଗର୍ଭବତୀ  ଚାହାଁନ୍ତି ତାଙ୍କ ସ୍ୱାମୀ ଜାଣନ୍ତୁ ଏ ସବୁ କଥା

ଗର୍ଭାବସ୍ଥାରେ ସ୍ତ୍ରୀ ସ୍ୱାମୀଙ୍କଠାରୁ କ’ଣ ଆଶା ରଖନ୍ତି ଜାଣିବାକୁ ହେଲେ ପଢ଼ନ୍ତୁ…
 
ପ୍ରଥମ କଥା ହେଲା ଯେ ସ୍ୱାମୀ ଜାଣିବା ଉଚିତ ଯେ ତାଙ୍କ ସ୍ତ୍ରୀ ବଦଳିଯାଇଛନ୍ତି । କାରଣ ସେ ଏକ ନୂଆ ଦୁନିଆ ସହ ଯୋଡ଼ି ହୋଇଛନ୍ତି । ଦ୍ୱିତୀୟ  କଥା ହେଲା ଯେ ତାଙ୍କର ମୁଡ୍‌ ମଧ୍ୟ ବଦଳିଯାଇଛି । ଗର୍ଭ ରହିବାର ପ୍ରଥମ ତିନି ମାସ ପରେ ପତ୍ନୀଙ୍କର କାମେଚ୍ଛା ହ୍ରାସ ପାଇଥାଏ । ଏଣୁ ତାଙ୍କୁ ସ୍ୱାମୀ ଜୋର୍‌ କରି ସେକ୍ସ୍‍ ପାଇଁ ପ୍ରସ୍ତୁତ ନ କରାନ୍ତୁ ବୋଲି ମଧ୍ୟ ଚାହାନ୍ତି ସ୍ତ୍ରୀ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପ୍ରତ୍ୟେକ ସ୍ତ୍ରୀ ଚାହେଁ ତାଙ୍କ ସ୍ୱାମୀ ଜାଣିଥାନ୍ତୁ ଗର୍ଭାବସ୍ଥାରେ ସ୍ତ୍ରୀ ମୋଟୀ ହୋଇଯାଆନ୍ତି । ଏଣୁ ସେତେବେଳେ ଅସୁନ୍ଦରୀ ଦିଶିଲେ ବି ତାଙ୍କ ପ୍ରତିଥିବା ଭଲପାଇବା ଯେପରି କମ୍‌ ନ ହେଉ ଏହା ବି ଆଶା କରନ୍ତି ସ୍ୱାମୀଙ୍କଠାରୁ ।
 
ଏହି ଅବସ୍ଥାରେ ସ୍ତ୍ରୀ ଭିନ୍ନ ସ୍ୱାଦର ଖାଦ୍ୟ ଖାଇବାକୁ ଚାହାଁନ୍ତି । ଏଣୁ ସ୍ୱାମୀ ତାଙ୍କ ମନପସନ୍ଦ ଖାଦ୍ୟ ବି ଦେବାର ବନ୍ଦୋବସ୍ତ କରନ୍ତୁ ବୋଲି ପତ୍ନୀ ଇଚ୍ଛା ରଖନ୍ତି । ଆଉ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଯେ ସ୍ୱାମୀ ନିଜ ହାତରେ ରାନ୍ଧି ତାଙ୍କୁ ଖୁଆନ୍ତୁ ବୋଲି ବି ପତ୍ନୀ ଚାହାଁନ୍ତି ।