24 September 2017
10:31:44 AM
Sambad News
ଜୀବନଚର୍ଯ୍ୟା

ଜାଣନ୍ତୁ, ଭଡ଼ାଘରେ ରହୁଥିଲେ କ’ଣ କରିବେ...

By Sambad | Date: Sep 12 2017 9:15AM
ଜାଣନ୍ତୁ, ଭଡ଼ାଘରେ ରହୁଥିଲେ କ’ଣ କରିବେ...

ଆଜିକାଲି କାମଧନ୍ଦା ହେତୁ ସହରରେ ଅଧିକ ଲୋକ ରହିବାକୁ ପସନ୍ଦ କରୁଛନ୍ତି।  ଘର ନ ଥିଲେ ସହରରେ ଘର ଭଡ଼ା ନେଇ ରହୁଛନ୍ତି। ଆଜି ଆମେ ଆପଣଙ୍କୁ ଭଡ଼ା ଘରେ ରହୁଥିଲେ କ’ଣ କଲେ ଘରମାଲିକଙ୍କ ସହିତ ସଂପର୍କ ଭଲ ରହିବ ସେସଂପର୍କରେ ସୂଚିତ କରିବୁ।
 
୧- ଆପଣ ଯାହାଙ୍କ ଘରେ ରହୁଛନ୍ତି, ମାଲିକଙ୍କ ସହିତ ଯଥା ସମ୍ଭବ ସୁସମ୍ପର୍କ ରଖନ୍ତୁ।
୨- ଘରର ମାଲିକଙ୍କ ବିରୋଧରେ କୌଣସି ପାଖ ପଡ଼ୋଶୀଙ୍କ ସହିତ ଗପନ୍ତୁ ନାହିଁ।
୩- ଘର ମାଲିକଙ୍କ ଘରକୁ ସବୁବେଳେ ବୁଲିଯାଆନ୍ତୁ ନାହିଁ।
୪- ଯଥାସମ୍ଭବ ଆବଶ୍ୟକ ସ୍ଥଳେ ମାଲିକଙ୍କୁ ସାହାଯ୍ୟ କରନ୍ତୁ।
୫- ନିଜର ପଡ଼ୋଶୀ କିମ୍ବା ଅନ୍ୟ ଭଡ଼ାଟିଆଙ୍କ ବିରୋଧରେ ମାଲିକଙ୍କୁ ସବୁବେଳେ କୁହନ୍ତୁ ନାହିଁ।
୬- ଉପଯୁକ୍ତ ସମୟରେ ଘରଭଡ଼ା ଦେଇଦିଅନ୍ତୁ। ଆଉ ଯଦି ଆପଣଙ୍କର କିଛି ଅସୁବିଧା ରହିଥାଏ, ତେବେ ସମୟ ପୂର୍ବରୁ ଆପଣ ମାଲିକଙ୍କୁ ଏ ନେଇ ଜଣାଇ ଦିଅନ୍ତୁ।
୭- ଏଥିସହିତ କୌଣସି ଗୁରୁତର ପରିସ୍ଥିତିରେ ମାଲିକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆଦୌ ହେଲେବି ପଛାନ୍ତୁ ନାହିଁ।
୮- ଏହାବ୍ୟତୀତ କେବେହେଲେ ବି ଆପଣ ନିଜର ବଡ଼ ପଣିଆକୁ ମାଲିକଙ୍କ ଆଗରେ ଦେଖେଇ ହୁଅନ୍ତୁ ନାହିଁ।

image