30 March 2017
8:08:02 AM
Sambad News
ଜୀବନଚର୍ଯ୍ୟା

ଯୌନଜୀବନ ପ୍ରଭାବିତ କରିପାରେ ସୂର୍ଯ୍ୟାଲୋକରୁ ମିଳୁଥିବା ଭିଟାମିନ୍‌ର ଅଭାବ : ଗବେଷଣା

By Sambad | Date: Jan 11 2017 11:17AM
ଯୌନଜୀବନ ପ୍ରଭାବିତ କରିପାରେ ସୂର୍ଯ୍ୟାଲୋକରୁ ମିଳୁଥିବା ଭିଟାମିନ୍‌ର ଅଭାବ : ଗବେଷଣା

ସୂର୍ଯ୍ୟାଲୋକରୁ ଭିଟାମିନ୍‌ ଡି ମିଳିଥାଏ। ଭିଟାମିନ୍‌ ଡି ପାକସ୍ଥଳୀରେ କ୍ୟାଲ୍‌ସିଅମ୍‌କୁ ଶରୀରର କାମରେ ଲଗାଇଥାଏ। କେବଳ ସେତିକ ନୁହେଁ ରକ୍ତଚାପ ଓ ଯୌନସ୍ୱାସ୍ଥ୍ୟ ଉପରେ ଭିଟାମିନ୍‌ ଡି ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ। ଏହାର ଅଭାବରେ ମଣିଷ ସହବାସରେ ଅକ୍ଷମତା ପ୍ରକାଶ କରେ।
 
ୟୁରୋପରେ ଅନେକ ଲୋକଙ୍କ ଉପରେ ଭିଟାମିନ୍‌ ଡି କୁ ନେଇ ଗବେଷଣା କରାଯାଇଥିଲା। ପ୍ରାୟ ଅର୍ଦ୍ଧାଧିକ ଲୋକଙ୍କ ଶରୀରରେ  ଭିଟାମିନ୍‌ ଡିର ମାତ୍ରା କମ୍‌ଥିଲା। ସେମାନଙ୍କ ମଧ୍ୟରେ ୨୪ ପ୍ରତିଶତ ଲୋକ ଭିଟାମିନ୍‌ ଡିର ଅଭାବ ଯୋଗୁଁ ସହବାସ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁଁ କମ୍‌ ଉତ୍ତେଜନା ସହ ଅକ୍ଷମତା ପ୍ରକାଶ ପାଉଥିବା ଅନେକ ସୂଚନା ଦେଇଥିଲେ।
 
ସୂର୍ଯ୍ୟାଲୋକରୁ ଭିଟାମିନ୍‌ ଡି ମିଳିବା ସହ ଅଣ୍ଡାର କେଶର, କଡ୍‌ ମାଛର ତେଲ ଓ ବିଭିନ୍ନ ସାମୁଦ୍ରିକ ମାଛରୁ ଭିଟାମିନ୍‌ ଡି ମିଳିଥାଏ। କ୍ଷୀର ଓ କମଳା ରସରୁ ବି ଭିଟାମିନ୍‌ ଡି ମିଳେ।
 
ଭିଟାମିନ୍‌ ଡି ନାଇଟ୍ରିକ୍‌ ଅକ୍ସାଇଡ୍‌କୁ ବିଭାଜନ କରାଇଥାଏ। ଏହା ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ସମ୍ବେଦନଶୀଳ ଅଙ୍ଗରେ ରକ୍ତ ପ୍ରବାହ କରାଇଥାଏ। ଭିଟାମିନ୍‌ ଡିର ଅଭାବ ବିଷୟରେ ରକ୍ତ ପରୀକ୍ଷାରୁ ଜଣାପଡିଥାଏ। ଏହା କମ୍‌ ଥିଲେ ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍‌ ଡି ସେବନ କରିହେବ।