20 August 2017
11:24:23 AM
Sambad News
ମାଲକାନଗିରି

ମାଓନେତା ପୁନମଙ୍କ ଚିଠି: ଠିକାଦାରଙ୍କୁ ଚେତାବନୀ

By Sambad | Date: Dec 31 2016 10:58AM
ମାଓନେତା ପୁନମଙ୍କ ଚିଠି: ଠିକାଦାରଙ୍କୁ ଚେତାବନୀ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେଲା ନକ୍ସଲମାନେ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। ପଣସପୁଟ ଏନକାଉଣ୍ଟର ପରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ଗତ କିଛି ଦିନମଧ୍ୟରେ ୨ ଜଣଙ୍କୁ ହତ୍ୟା କରିଥିବା ବେଳେ ଏବେ ଜଣେ ଠିକାଦାରଙ୍କୁ କଡ଼ା ଚେତବାନୀ ଦେଇଛନ୍ତି। ଏନେଇ ମାଓନେତା ପୁନମଚନ୍ଦ୍ର ଏକ ପ୍ରେସ ବିବୃତ୍ତି ଜାରି କରିଛନ୍ତି। ସମ୍ପୃକ୍ତ ଠିକାଦାରଙ୍କୁ ସତର୍କ କରିବା ସହ ସୁଧୁରିଯିବାକୁ କହିଛନ୍ତି।

ନଚେତ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି। ମାଓନେତା ପୁନମଙ୍କ ଚିଠି ଅନୁଯାୟୀ ମାଲକାନଗିରିର କାନ୍ତିଲାଲ ସୋମାନି ନାମକ ଜଣେ ଠିକାଦାର ମାଓବାଦୀମାଙ୍କ ସହ ସଂପର୍କ ରହିଥିବା କହି ଅନ୍ୟ ଠିକାଦାରମାନଙ୍କୁ ଭୟଭୀତ କରୁଛନ୍ତି । ଏଥିରୁ ନିବୃତ୍ତ ରହିବା ପାଇଁ ତାଗିଦ କରାଯାଇଛି। ସମ୍ପୃକ୍ତ ଠିକାଦାର ଡରାଇ ଧମକାଇ ଟେଣ୍ଡର ଆଣି କେନାଲ ମରାମତି କାମ କରୁଛନ୍ତି ।

କିନ୍ତୁ ଆମ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ମାଓନେତା ପୁନମ ସ୍ପଷ୍ଟ କରିଛନ୍ତି । ଏପରିକି ସେ ଆତ୍ମସମର୍ପଣ କରିଥିବା ଜନବିରୋଧୀ ନକ୍ସଲଙ୍କୁ ସାହାଯ୍ୟ କରୁଛନ୍ତି । ଛୋଟ ଛୋଟ ଠିକାଦାରଙ୍କୁ ଭୟଭୀତ କରାଉଛନ୍ତି । କାନ୍ତିଲାଲ ପାର୍ଟି ନାମ କହି କାମ କରିବା ବନ୍ଦ କରନ୍ତୁ ନଚେତ ଆଗକୁ ବିପଦ ରହିଛି ବୋଲି ପୁନମଚନ୍ଦ୍ର ପ୍ରକାଶ କରିଛନ୍ତି ।