20 February 2017
12:21:05 AM
Sambad News
ମାଲକାନଗିରି

୨ କୋଟି ଟଂକାର ଗଂଜେଇ ଗଛ ନଷ୍ଟ

By Sambad | Date: Jan 1 2017 6:37AM
୨ କୋଟି ଟଂକାର ଗଂଜେଇ ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଠାରେ ଅବକାରୀ ଏବଂ ଚିତ୍ରକୋଣ୍ଡା ପୋଲିସର ମିଳିତ ଚଢାଉରେ ୨ କୋଟି ଟଂକାର ଗଂଜେଇ ଗଛ ନଷ୍ଟ କରାଯାଇଛି ।ସୂଚନା ଅନୁଯାୟୀ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶିବ ପ୍ରସାଦ ଗନ୍ତାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୫ ଏବଂ ଆରଏସି-୬ ଗ୍ରାମ ନିକଟରେ ଲଗାଯାଇଥିବା ୧୦ ଏକର ଜମିରେ ପ୍ରାୟ ୨୦ ହଜାର ଗଂଜେଇ ଗଛକୁ ନିଆଁ ଲଗାଇ ପୋଡି ଦିଆଯାଇଛି। 
 
ଚିତ୍ରକୋଣ୍ଡା ଏବଂ ବାଲିମେଳା ଥାନା ଅଂଚଳରେ ବ୍ୟାପକ ଭାବେ ଗଂଜେଇ ଚାଷ କରାଯାଉଥିବା ନେଇ ଅବକାରୀ ଏବଂ ପୋଲିସ ବିଭାଗକୁ ଖବର ମିଳିଥିଲା ।ଖବର ପାଇବା ସଂଗେ ସଂଗେ ଏହି ଅଂଚଳରେ ଚଢାଉ କରାଯାଇ ଗଂଜେଇ ଗଛ ସବୁକୁ ନଷ୍ଟ କରାଯାଉଛି । ପ୍ରକାଶ ଥାଉକି ଡିସେମ୍ବର ମାସରେ ଗଂଜେଇ ଅମଳ ସମୟ ହୋଇଥିବା ବେଳେ ଲୋକେ ବର୍ତ୍ତମାନ ଗଂଜେଇ ଅମଳ କରିବାକୁ ଲାଗିପଡିଛନ୍ତି ।ତେବେ ଅବକାରୀ ବିଭାଗର ଘନ ଘନ ଚଢାଉରେ ଏହି ଅଂଚଳରେ ଏବେ ଗଂଜେଇ ଚାଷୀ ଆତଙ୍କିତ ହୋଇପଡିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ଗନ୍ତାୟତ ପ୍ରକାଶ କରିଛନ୍ତି ।ଆଜିର ଚଢାଉରେ ଏସଆଇ ସୁଶାନ୍ତ କୁମାର ପ୍ରଧାନ,ବାଲିମେଳା ଏସଆଇ ଦିଲିପ କୁମାର ନାୟକ ସମେତ ଅବକାରୀ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।