21 January 2017
10:51:31 PM
image
Sambad News
ମାଲକାନଗିରି

ପାନୀୟ ଜଳ ଓ ହମ୍ପ୍‌ସ ପାଇଁ ରାସ୍ତା ଅବରୋଧ

By Sambad | Date: Jan 5 2017 10:39AM
ପାନୀୟ ଜଳ ଓ ହମ୍ପ୍‌ସ ପାଇଁ ରାସ୍ତା ଅବରୋଧ

ବାଲିମେଳା,: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଏନଏସିର ୧ନଂ ଓ୍ଵାର୍ଡ ବାସିନ୍ଦାଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟାଳୟ ନିକଟରେ ହମ୍ପସ ନିର୍ମାଣ ଦାବିରେ ଆଜି ୩ଘଣ୍ଟା କାଳ ରାସ୍ତା ଅବରୋଧ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ୧ନଂ ଓ୍ଵାର୍ଡର କାଉନସିଲର ବବିତା ସାହୁଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ରାସ୍ତା ଉପରେ ଖାଲି ହାଣ୍ଡି ରଖି ଏନଏସି କାର୍ଯ୍ୟାଳୟ ଗେଟ୍‌ ସମ୍ମୁଖ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। 

ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ପୁଲିସ ଏସ୍‌ଆଇ ମାନସ ରଂଜନ ସ୍ୱାଇଁ ଓ ସରୋଜ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ୧ନଂ ଓ୍ଵାର୍ଡରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ରଥ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁଁ ୩ଘଣ୍ଟା ଧରି ବାଲିମେଳା-ବ୍ରହ୍ମପୁର, ବାଲିମେଳା-କଟକ ଓ ଭୁବନେଶ୍ୱର ଦୂରଗାମୀ ବସ୍‌ ଗୁଡିକ ଏନଏସି କାର୍ଯ୍ୟାଳୟ ଗେଟ୍‌ ନିକଟରେ ଅଟକି ରହିଥିଲା। ଏଥି ଯୋଗୁଁ ଯାତ୍ରୀ ମାନେ ବହୁ ହଇରାଣ ହୋଇଥିଲେ।