28 March 2017
5:51:42 AM
Sambad News
ମାଲକାନଗିରି

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ନିହତ: ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା

By Sambad | Date: Jan 5 2017 11:53PM
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ନିହତ: ୪୦ ଲକ୍ଷ ଟଙ୍କା ପୁରସ୍କାର ଥିଲା
Photo by : clipper28.com

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୋଲିସ ଗତକାଲି ଜଣେ ଦୁର୍ଦ୍ଦାନ୍ତ ନକ୍ସଲକୁ ଏନକାଉଣ୍ଟରରେ ମାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାସାଗୁଡା ଥାନା ଅନ୍ତର୍ଗତ କୋଣ୍ଡାପାଲୀ ଏବଂ ଭଟ୍ଟିଗୁଡା ନିକଟସ୍ଥ ଜଂଗଲରେ ଅପରାହ୍ନ ୪ଟା ବେଳେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ଇନସାସ ଏଲଏମଜି ବନ୍ଧୁକ ଜବତ କରାଯାଇଥିଲା। ମୃତ ନକ୍ସଲ ଜଣକ ହିଡମା ବୋଲି ଜଣାପଡିଛି ।
 
ହିଡମା ନାମରେ ଛତିଶଗଡ ସରକାର ୪୦ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିବା ଜଣାପଡିଛି। ସେହିପରି ଅନ୍ୟ ଏକ ଘଟଣାକ୍ରମରେ ବାସାଗୁଡା ଥାନା ଅଧିକାରୀ ଲକ୍ଷ୍ମଣ କେବଟ ଏବଂ ଶରଦ ସିଂଙ୍କ ନେତୃତ୍ୱରେ ଏହି ଥାନାର ଡିଏଫ,ଡିଆରଜି ଏବଂ ୨୦୪ କୋବ୍ରା ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ । ସୁକମା ଏବଂ ବିଜାପୁର ଜିଲ୍ଲାକୁ ଲାଗି ରହିଥିବା ଜଂଗଲରେ ଗୁଳି ବିନିମୟରେ ଜଣେ ନକ୍ସଲର ବ୍ୟକ୍ତିର ମୃତ୍ୟୁ ହୋଇଛି । ଶବକୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଆଣାଯାଇଥିବା ବିଜାପୁର ଏସପି କେ.ଏଲ.ଧ୍ରୁବ ପ୍ରକାଶ କରିଛନ୍ତି।