27 March 2017
12:16:21 AM
Sambad News
ମାଲକାନଗିରି

ବିଏସଏଫ ଅତିରିକ୍ତ ଡିଜିଙ୍କ ମାଲକାନଗିରି ଗସ୍ତ: ନକ୍ସଲ ଦମନ ନେଇ ସମୀକ୍ଷା

By Sambad | Date: Jan 6 2017 12:37AM
ବିଏସଏଫ ଅତିରିକ୍ତ ଡିଜିଙ୍କ ମାଲକାନଗିରି ଗସ୍ତ: ନକ୍ସଲ ଦମନ ନେଇ ସମୀକ୍ଷା

ମାଲକାନଗିରି :  ବିଏସଏଫ ଅତିରିକ୍ତ ଡିଜି ଅରୁଣ କୁମାର ମାଲକାନଗିରି ଗସ୍ତରେ ଆସି ମାଓ ଦମନ ସଂପର୍କରେ ସମୀକ୍ଷା କରିଛନ୍ତି। ଆଜି ମାଲାକନଗିରି ନିକଟସ୍ଥ ଏମଭି-୩  ଠାରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ବିଏସଏଫର ଅତିରିକ୍ତ ଡିଜି ଅରୁଣ କୁମାର, ବିଏସଏଫ ଆଇଜି ପି.ଏସ.ସାନ୍ଧୁ, ଡିଆଇଜି ଅସ୍ତିଭ ମହାନ୍ତି, ଡିଆଇଜି(ଜି) ମହିନ୍ଦ୍ର ସିଂ ଏବଂ ଜେ.ସି ନାୟକ ପ୍ରମୁଖ ପହଞ୍ଚିଥିଲେ । ଏଠାରେ ନକ୍ସଲ ଦମନ ସଂପର୍କରେ ଏକ ରୁଦ୍ଧଦ୍ୱାର ସମୀକ୍ଷା ବୈଠକ କରାଯାଇଥିଲା। 

 
ମାଲକାନଗିରି ଅଂଚଳରେ କିପରି ନକ୍ସଲଙ୍କ ପାଦୁର୍ଭାବ କମିବ ଏବଂ ବିଏସଏଫର ରଣନୀତି କଣ ରହିବ ସେନେଇ ବିସ୍ତତ ଆଲୋଚନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏଥିସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ପରେ ଅତିରିକ୍ତ ଡିଜି ଏମଭି-୭୯ ଏବଂ ବଡପଡା ଗସ୍ତ କରିଥିବା ବିଏସଏଫ ତରଫରୁ କୁହାଯାଇଛି । ଏହି ବୈଠକରେ ସ୍ଥାନୀୟ ପୋଲିସ କିମ୍ବା ଏସପି ଯୋଗ ଦେଇନଥିବା ଜଣାପଡିଛି ।