25 May 2017
4:10:25 PM
image
Sambad News
ମାଲକାନଗିରି

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ ଗିରଫ

By Sambad | Date: Jan 6 2017 12:39AM
ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ ଗିରଫ
Photo bhy : 24indianews.com

କାଲିମେଳା : ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ କାଲିମେଳା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତର ଏମପିଭି-୭୫ ଗ୍ରାମର ଅଜୟ ହାଲଦାର ୨୦୧୪ ମସିହାରେ ଉଣ୍ଡୃକୋଣ୍ଡା ପଞ୍ଚାୟତ ଏମପିଭି-୫୨ ଗ୍ରାମର ନନିଗୋପାଳ ମଜୁମଦରାଙ୍କ ଝିଅ ରଂଜିତାଙ୍କୁ ବିବାହ କରିଥିଲେ। ପ୍ରାୟ ଦେଢ ବର୍ଷ ତଳେ ରଂଜିତା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପର ଠାରୁ ରଂଜିତାଙ୍କୁ ଶାଶୁ ଘର ଲୋକେ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିବା ସହ ଯୌତୁକ ଆଣିବା ନିମନ୍ତେ ଶାରୀରିକ ନିର୍ଯାତନା ଦିଆଯାଉଥିଲା। 
 
ଏପରିକି ଗତ ୨ତାରିଖ ଦିନ ଅଜୟ ପତ୍ନୀ ରଂଜିତାଙ୍କୁ ଏକ ଲୁହା ଛଡରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ।  ଅଜୟଙ୍କ ମାଡରେ ରଂଜିତା ଗୁରୁତର ହେବାରୁ ଗତ ୩ତାରିଖ ଦିନ ନିଜ ଭାଇଙ୍କ ସହ ରଂଜିତା କାଲିମେଳା ମେଡିକାଲକୁ ଚିକିତ୍ସା ହେବା ନିମନ୍ତେ ଯାଇଥିଲେ। ତେବେ ରଂଜିତାଙ୍କୁ ସ୍ୱାମୀ ଅଜୟ ଓ ଶାଶୁ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଗତକାଲି ରଂଜିତାଙ୍କ ବାପା ନନିଗୋପାଲ ମଜୁମଦାର କାଲିମେଳା ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରି ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏନେଇ ଅଭିଯୁକ୍ତ ଅଜୟଙ୍କ ବିରୋଧରେ ଦଫା ୪୯୮(କ), ୩୪୧, ୩୨୩, ୩୪ ଓ ୪ଡିପି ଆକ୍ଟରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। 

image