25 May 2017
4:07:27 PM
image
Sambad News
ମାଲକାନଗିରି

ଆହାର କେନ୍ଦ୍ରରେ ଦଳୀୟ ପ୍ରଚାରକୁ ନେଇ ଉତ୍ତେଜନା

By Sambad | Date: Jan 6 2017 12:49AM
ଆହାର କେନ୍ଦ୍ରରେ ଦଳୀୟ ପ୍ରଚାରକୁ ନେଇ ଉତ୍ତେଜନା

ମାଲକାନଗିରି : ମାଲକାନଗିରି ବସଷ୍ଟାଣ୍ଡ ଠାରେ ଥିବା ଆହାର କେନ୍ଦ୍ରରେ ଶାସକ ଦଳର ପ୍ରଚାର, ପ୍ରସାରକୁ ନେଇ ଆଜି ଉତ୍ତେଜନା ଦେଖାଦେଇଛି।  ପାଞ୍ଚ ଟଙ୍କିଆ ଭାତ ଡାଲମା ଖାଇବାକୁ ଆସୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରିବାକୁ ଏଠାରେ ବଡ଼ ଏଏଇଡି ଟିଭି  ଜରିଆରେ ଭିଡିଓ ଦେଖାଇବା ସହ ଭିତରେ ପୋଷ୍ଟର ମାରି ଟାଙ୍ଗି ଶାସକ ଦଳ ପ୍ରଚାର  ଚଳାଇଥିଲା। 
 
ଏ ସଂପର୍କରେ ଖବର ପାଇ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା , କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଓ ସଂପାଦକ ରାମ ପ୍ରସାଦ ପଟନାୟକ ଜାଣିବା ପରେ ଆହାର କେନ୍ଦ୍ରରେ ପହଞ୍ଚିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ବିଜେଡି କିପରି ସର୍ବସାଧରଣ ସ୍ଥାନରେ ବିଭିନ୍ନ ଯୋଜନା ନେଇ ପ୍ରଚାର କରୁଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗ,ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । 
 
କଂଗ୍ରେସ ଏବଂ ବିଜେପିର ବିରୋଧ ଯୋଗୁଁ ପ୍ରଶାସନ ବାଧ୍ୟ ହୋଇ ଏଲଇଡି ଟିଭିକୁ ଆହାର କେନ୍ଦ୍ରରୁ ହଟାଇଥିଲା। ବିଜେପି ଅଭିଯୋଗ କରିଥିଲା ଯେ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହି ଉଜ୍ୱଳା ଏବଂ ଅଟଳ ଜ୍ୟୋତି ଯୋଜନାର ପ୍ରଚାରର କରାଯାଉଥିବାରୁ  ବିଜେଡି ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ଆହାର କେନ୍ଦ୍ର ଭିତରେ କିଭଳି ବିଜେଡି ପ୍ରଚାର  ପ୍ରଚାର ଚଳାଇଛି ବୋଲି ପ୍ରଶ୍ନ କରିଥିଲେ। 

image