25 March 2017
3:13:24 AM
Sambad News
ମାଲକାନଗିରି

ଜାପାନୀ ଜ୍ୱର ଓ ଅଚଳ ଟଙ୍କା ମୁଖ୍ୟ ଅସ୍ତ୍ର

କାଲିମେଳା ଜିଲ୍ଲା ପରିଷଦ ଜୋନ-୨

By Sambad | Date: Jan 6 2017 10:32AM
ଜାପାନୀ ଜ୍ୱର ଓ ଅଚଳ ଟଙ୍କା ମୁଖ୍ୟ ଅସ୍ତ୍ର

କାଲିମେଳା: ଆସନ୍ତା ଫେବୃଆରୀ ୧୯ରେ କାଲିମେଳା ବ୍ଲକରେ ୨୩ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ପୂର୍ବରୁ ଏହି ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥର ୨ ବୃଦ୍ଧି ପାଇ ସଂଖ୍ୟା ୨୩ରେ ପହଞ୍ଚିଛି।୨୩ଟି ପଞ୍ଚାୟତକୁ  ୩ଟି ଜିଲ୍ଲା ପରିଷଦ ଜୋନରେ ବିଭକ୍ତ କରାଯାଇଛି। ଜିଲ୍ଲାପରିଷଦ ଜୋନ ୧ଓ ୨ରେ ୭ଟିଲେଖାଁଏ ପଞ୍ଚାୟତ ରହିଛି। ଜୋନ-୩ରେ୯ଟି ପଞ୍ଚାୟତ ରହିଛି। କାଲିମେଳା ପଞ୍ଚାୟତ ସହ କୋଇମେଟଲା, ବଡ଼ିିଗେଟା, ତେଲେରାଇ,ନାଲାଗୁଣ୍ଠି, ଟିଗଲ ଓ ମାନ୍ୟମକୋଣ୍ଡା ପରି ୭ଟି ପଞ୍ଚାୟତକୁ ନେଇ  ଜିଲ୍ଲାପରିଷଦ ଜୋନ-୨ ଗଠିତ।

  ଏହି ଜୋନ ଅଧିନରେ ୧୬ ହଜାର ୬୬୭ ଜଣ ତଫସିଲଭୁକ୍ତ ଜାତିର ଜନସଂଖ୍ୟା ରହିଛି। ତଫସିଲଭୁକ୍ତ ଜନଜାତିଙ୍କ ସଂଖ୍ୟା ହେଉଛି୧୭ ହଜାର ୯୫୪ । ସେହିପରି ଅନ୍ୟାନ୍ୟ ଜାତିର ଲୋକ ସଂଖ୍ୟା ହେଉଛି ୮ ହଜାର ୭୬୫। ପୂର୍ବରୁ ଏହି ୨ ନମ୍ବର ଜୋନଟି  ଜୋନ-୩ ଅଧିନରେ ଥିଲା।   ଗତ ନିର୍ବାଚନରେ ଏଠାରୁ କଂଗ୍ରେସ ଦଳ ପକ୍ଷରୁ  ସହଦେବ ମାଟାମ  ବିଜେଡିର ରାମଚନ୍ଦ୍ର ସୋଡ଼ିଙ୍କୁ ପରାସ୍ତ କରି  ବିଜୟୀ ହୋଇଥିଲେ। ପୂର୍ବରୁ ଏହି ଜୋନଟି ତଫସିଲଭୁକ୍ତ ଜନଜାତି(ପୁରୁଷ) ପାଇଁ ସଂରକ୍ଷିତ ରହିଥିଲା।  ଏଥର ଏହାକୁ  ପରିବର୍ତ୍ତନ କରି ତଫସିଲଭୁକ୍ତ ଜାତି(ପୁରୁଷ)ପାଇଁ ସଂରକ୍ଷିତ ରଖାଯାଇଛି। ଏହି ଜୋନ ଅଧିନରେ ଥିବା କୋଇମେଟଲା ଗ୍ରାମରେ  ପ୍ରଥମେ ଜାପାନୀ ଜ୍ୱର ଦେଖାଦେଇଥିଲା।  ଚାହୁଁଚାହୁଁ ଏହି ଗ୍ରାମର ୬ ଜଣ ଶିଶୁଙ୍କଏହି ରୋଗରେ ମୃତ୍ୟୁ ଘଟିଥିଲା।

  ଏଥିସହିତ ତେଲରାଇ ଏବଂ ଏହି  ପଞ୍ଚାୟତ ଅନ୍ତର୍ଗତ ପେଦାଓ୍ଵାଡ଼ା,ଏମଭି-୧୦୭ ଗ୍ରାମରେ  ମଧ୍ୟ ଜାପାନୀ ଜ୍ୱର ବ୍ୟାପିଥିଲା। ଅନେକ ଶିଶୁଙ୍କ ଜୀବନ ବି ଯାଇଥିଲା।  ଜାପାନୀ ଜ୍ୱର ମୃତ୍ୟୁକୁ ନେଇ  ବିଭିନ୍ନ ଦଳ ପକ୍ଷରୁ ରାଜନୀତିଆରମ୍ଭ ହୋଇଯାଇଥିଲା।  ଜେଇ ପ୍ରଭାବିତ କୋଇମେଟଲା ଗ୍ରାମକୁ  ପିସିସି ସଭାପତି  ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ  କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ପରିଦର୍ଶନ କରିଥିଲା।  ଏପରିକି ଦଳ ପକ୍ଷରୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।  ସେହିପରି ବିଜେପିର ଭୃଗୁବକ୍ସିପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌  ମଧ୍ୟ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାରି ଭିତରେ ବିଜେଡିର କୌଣସି ମନ୍ତ୍ରୀ ଆସି ନ ଥିଲେ ମଧ୍ୟ ବିଧାୟକ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରିଥିଲେ। ପ୍ରଥମେ ରାଜ୍ୟ ସରକାର ଏହି ଘଟଣା ପ୍ରତି ସମ୍ବେଦନଶୀଳ ନ ଥିଲେ।

ବିରୋଧୀଙ୍କ ପକ୍ଷରୁ ବହୁ ହୋହଲ୍ଲା, ସମାଲୋଚନା ଓ ଧାରଣା ପରେ ମୁୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ମାଲକାନଗିରି ଗସ୍ତରେ ଆସି  ମୃତକଙ୍କ ପରିବାରକୁ ୩ ଲକ୍ଷଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ତେବେ ଏହାର ଶ୍ରେୟ ବିରୋଧୀ ଦଳର ବୋଲି କୁହାଯାଉଛି।  କାରଣ ବହୁ ଦାବି କରାଯିବା ପରେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗଥିଲା। ତଥାପି ସେତିକି ସହାୟତା ଖୁବ୍‌ କମ୍‌ ବୋଲି ବିରୋଧୀମାନେ କହିବୁଲୁଛନ୍ତି।

ତେବେ ଏଥର ମଧ୍ୟ ଜିଲ୍ଲାପରିଷଦ ଜୋନ-୨କୁ ପୂର୍ବ ପରି କଂଗ୍ରେସ ହାତମୁଠାରେ ରଖିବାକୁ ରଣନୀତି କରୁଛି। କେବଳ ଜାପାନୀ ଜ୍ୱର ନୁହେଁ ବିମୁଦ୍ରୀକରଣ ମଧ୍ୟ ଏଥର ନିର୍ବର୍ାଚନରେ ମୁଖ୍ୟ ପ୍ରସଙ୍ଗ ହେବ। ପୁରଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ଅଚଳ ହେବା ପରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଲୋକେ ବହୁ ହଇରାଣ ହୋଇଥିଲେ। ଏହାକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯିବ। ଅନ୍ୟପକ୍ଷରେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ। କଂଗ୍ରେସ ସମୟରେ ଦୁର୍ନୀତି ଓ ବିଜେଡିର ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦଳ ଲଢିବ ବୋଲି କୁହାଯାଉଛି।