21 August 2017
2:05:55 PM
image
Sambad News
ରାଜ୍ୟ

କୋଟିଏର ଗଞ୍ଜେଇ ଗଛ ପୋଡ଼ାଗଲା

By Sambad | Date: Jan 11 2017 1:38AM
କୋଟିଏର ଗଞ୍ଜେଇ ଗଛ ପୋଡ଼ାଗଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲ କ୍ୟାମ୍ପ ପଞ୍ଚାୟତର ଡାଇକ୍‌-୧ ଗ୍ରାମର  ୪ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଅବକାରୀ ବିଭାଗ ଓ ପୁଲିସ କର୍ମଚାରୀ ପୋଡି ନଷ୍ଟ କରଦେଇଛନ୍ତି।
 

ଡାଇକ୍‌-୧ ଗ୍ରାମରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ଆଜିି ଚଢ଼ଉ କରାଯାଇ ପ୍ରାୟ ୧୦ହଜାର ୨ଶହ ଗଞ୍ଜେଇ ଗଛକୁ ପୋଡଡ଼ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି, ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡଙ୍ଗରାଗୁଡା ଅଞ୍ଚଳର ୧୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରାଯାଇଥିଲା।