23 September 2017
8:15:15 PM
Sambad News
ମାଲକାନଗିରି

ସ୍ୱଚ୍ଛ ଭାରତ ଅଭିଯାନ

By Sambad | Date: Jan 12 2017 11:34AM
ସ୍ୱଚ୍ଛ ଭାରତ ଅଭିଯାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମଭି-୮୦ ଗ୍ରାମରେ ଯୁବକ ସଂଘ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି । ଏମଭି-୮୦ ଠାରୁ ଏମଭି-୭୯ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଅନାବନା ଘାସ ଓ ଗଛଲତା ସଫା କରାଯାଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଅନୁପ୍ରାଣିତ ହୋଇ ଏହି ଯୁବକ ସଂଘ ଗ୍ରାମର ବିଭିନ୍ନ ସ୍ଥାନରେ ମଧ୍ୟ ସଫେଇ ଅଭିଯାନ ଜାରି ରଖିଛି।

ଏଥିରେ ଗ୍ରାମବାସୀମାନେ ସହଯୋଗର ହାତ ବଢାଉଛନ୍ତି। ଏହି ଅଭିଯାନରେ ଅନ୍ୟମାନେ ସାମିଲ ହେବା ପାଇଁ ଯୁବକ ସଂଘର କର୍ମକର୍ତ୍ତା ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ପ୍ରଶାନ୍ତ ସରଦାର, ପ୍ରଦୀପ ମଜୁମଦାର, ନିର୍ମଳ ଚନ୍ଦ୍ର ରାୟ, ଗୁରୁଚାନ୍ଦ ମଣ୍ଡଳ, ସଂଜୟ ମଜୁମଦାର, ପାଗଳ ମିର୍ଧା, ଶିଶିର ସରକାର, କ୍ରିଷ୍ଣା ମଣ୍ଡଳ, ଧିରେନ ବସୁ, ରଂଜନ ସେନ, ବିମଲ ବିଶ୍ୱାସ, ଫୁଲ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

image