30 March 2017
10:05:06 PM
Sambad News
ରାଜ୍ୟ

ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

By Sambad | Date: Jan 10 2017 9:17PM
ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ମାଲକାନଗିରି: ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଓଡ଼ିଶା ସୀମାନ୍ତ ବସ୍ତର ଜଙ୍ଗଲରେ ପୁଲିସର ଏନ୍‌କାଉଣ୍ଟରରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର କାଳରେ ପୁଲିସ ନକ୍ସଲମାନଙ୍କଠାରୁ ବହୁ ପରିମାଣର ବନ୍ଧୁକ, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ସମର୍ଥ ହୋଇଛି। ପୁଲିସ ଗୁଳିରେ ଆହୁରି ବହୁ ନକ୍ସଲ ଆହତ ହୋଇଥିବା ଜଣାଯାଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର ଚାଲୁ ରହିଛି। ଏନ୍‌କାଉଣ୍ଟର ସରିବା ପରେ ହିଁ ସମସ୍ତ ତଥ୍ୟ ଜଣାପଡ଼ିବବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।