26 April 2017
1:33:39 PM
image
Sambad News
ମୟୂରଭଞ୍ଜ

ମହିଳା ଭକ୍ତଙ୍କୁ ଦୁଷ୍କର୍ମ, ପୂଜକକୁ ୭ ବର୍ଷ ଜେଲ୍‌

By Sambad | Date: Dec 27 2016 11:30PM
ମହିଳା ଭକ୍ତଙ୍କୁ ଦୁଷ୍କର୍ମ, ପୂଜକକୁ ୭ ବର୍ଷ ଜେଲ୍‌
Photo by : munsif.tv

ବାରିପଦା : ପୂଜା କରିବା ଆଳରେ ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ ପୂଜକ କମଳାକାନ୍ତ ଦଳେଇଙ୍କୁ ଆଜି ବାରିପଦା ସ୍ପେଶାଲ୍‌ ଟ୍ରାକ୍‌ କୋର୍ଟ ଦୋଷୀସାବ୍ୟସ୍ତ କରି ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟ ଅଧିକ୬ ମାସ ଜେଲ୍‌ ଦଣ୍ଡ ପାଇଁ କୋର୍ଟ ନିଦେର୍ଶ ଦେଇଛନ୍ତି।
 
୨୦୧୫ ମେ ୨୭ ତାରିଖ ଦିନ ବୈଶିଙ୍ଗା ଥାନା ଅନ୍ତର୍ଗତ ଖିରିପଦା ଜଙ୍ଗଲ ନିକଟରେ ବାଥୁଡ଼ି ସଂପ୍ରଦାୟର ଠାକୁର ଦୁଧିଆ ବଡ଼ାମ୍‌ଙ୍କ ପାଖକୁ ଜଣେ ମହିଳା ଭକ୍ତ ତାଙ୍କ ସ୍ୱାମୀଙ୍କ ସହ ପୂଜା କରିବାକୁ ଯାଇଥିଲେ। ଦୁଧିଆ ବଡ଼ାମଙ୍କ ପୂଜକ କମଳାକାନ୍ତ ଦଳେଇ (୩୨) (ଗ୍ରାମ: ବାସୁଦେବପୁର, ବାଲେଶ୍ୱର ସଦର ଥାନା) ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲ ମଧ୍ୟରେ ଅନ୍ୟ ଏକ ଠାକୁରଙ୍କୁ ପୂଜା କରିବା ପାଇଁ କହି ଉକ୍ତ ମହିଳାଙ୍କୁ ଏକୁଟିଆ ଡାକିଥିଲେ। ପ୍ରାୟ ଚାରି ଘଣ୍ଟା ପରେ ଉକ୍ତ ମହିଳାଜଣକ ଉଲଗ୍ନ ଓ ଆହତ ଅବସ୍ଥାରେ ସ୍ୱାମୀଙ୍କ ନିକଟକୁ ଫେରି ଘଟଣା ସଂପର୍କରେ କହିଥିଲେ। ପୂଜକ କମଳାକାନ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ସେଠାରୁ ଫେରାର୍‌ ହୋଇଯାଇଥିଲା। 
 
ଏନେଇ ମହିଳାଙ୍କ ସ୍ୱାମୀ ବୈଶିଙ୍ଗା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ଆଜି ସ୍ପେଶାଲ୍‌ ଟ୍ରାକ୍‌ ଜଜ୍‌ ଅମୀୟ ରଂଜନ ଜେନା ମାମଲାର ଶୁଣାଣି କରି ଦୋଷୀ ପୂଜକକୁ ୭ ବର୍ଷର ସଜା ଶୁଣାଇଛନ୍ତି। ସରକାରୀ ଓକିଲ ସରୋଜ କୁମାର ବଳା ମାମଲାଟିକୁ ପରିଚାଳନା କରିଥିବାବେଳେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

image