23 May 2017
5:59:32 PM
image
Sambad News
ମୟୂରଭଞ୍ଜ

ବିପୁଳ ମଦ ଜବତ, ୫ ଗିରଫ

By Sambad | Date: Dec 28 2016 5:41AM
ବିପୁଳ ମଦ ଜବତ, ୫ ଗିରଫ

ବେତନଟୀ:  ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳରୁ ଆଜି ବିପୁଳ ମଦ ଜବତ ହୋଇଛି ଓ ୫ ଜଣଙ୍କୁ ଗିରଫ କରାଯାଇଛି।
ବୈଶିଙ୍ଗା ଥାନା ଅଧୀନ ପଣସିଆରୁ ନକଲି ବିଦେଶୀ ମଦ ଓ ଏକ ହୋଣ୍ଡା ସାଇନ ବାଇକ୍‌ ଜବତ ହୋଇଛି। ଏ ଘଟଣାରେ ମଦ ଚାଲାଣକାରୀ ଶତ୍ରୁଘ୍ନ ପଣ୍ଡିତକୁ ଗିରଫ କରାଯାଇଛି। ବୈଶିଙ୍ଗା ଥାନାଧିକାରୀ ରମାକାନ୍ତ ମୁଦୁଲି, ବିକାଶ ସେଠୀ, କାଶୀନାଥ ଭୋଇ, ମାଝା ହେମ୍ବ୍ରମ ଏହି ଚଢ଼ଉରେ ସାମିଲ ଥିଲେ।
 

ସେହିପରି ବେତନଟୀ ଅବକାରୀ ଅଧିକାରୀ ବେଣୁଧର ସାମଲଙ୍କ ନେତୃତ୍ୱରେ ବିପୁଳ ଦେଶୀ ମଦ ଜବତ କରି ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବେତନଟୀ ଥାନା ଇଦରର ରବୀନ୍ଦ୍ର ସୋରେନ, ସୁକୁଲ ଚପେୟାର, ଆହରିର ସ୍ୱପ୍ନା ଦେହୁରୀ, ଭାଦୁଶୋଳର ତପେ ସୋରେନ। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ଉରେ ଏଏସ୍‌ଆଇ କହ୍ନେଇ ମୁର୍ମୁ, ସୁରେନ୍ଦ୍ରନାଥ ତରେଇ, ଅନୀକ ସାଥୁଆ, ସମୀର ରଞ୍ଜନ ଜେନା, ପାର୍ବତୀ ମାରାଣ୍ଡି ସାମିଲ ଥିଲେ।

image