25 May 2017
3:58:34 PM
image
Sambad News
ମୟୂରଭଞ୍ଜ

ଖାସି ଚୋରି ର‍୍ୟାକେଟ୍‌ ଧରାପଡ଼ିଲା

By Sambad | Date: Dec 30 2016 11:54AM
ଖାସି ଚୋରି ର‍୍ୟାକେଟ୍‌ ଧରାପଡ଼ିଲା

ଶ୍ୟାମାଖୁଣ୍ଟା: ଶ୍ୟାମାଖୁଣ୍ଟା ବ୍ଲକର ବିଭିନ୍ନ ସ୍ଥାନରୁ ଛେଳି ଚୋରି କରୁଥିବା ଏକ ଚୋରଦଳକୁ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି। ଖସାଡିହା ଗ୍ରାମରୁ କାର୍‌ (ଓଡି ୧୧-ଏଫ୍‌-୭୧୪୫)ରେ ୩ ଜଣ ସହଯୋଗୀ ଫେରାର ହେଉଥିଲେ। ଖାସି ମାଲିକ ଭାନୁ ସିଂ ଚୋରି କଥା ଜାଣିବା ପରେ ରଙ୍ଗାମାଟିଆ, ଜୟବିଲା, ଧନପୁର ଆଦି ଛକକୁ ଖବର ଦେଇ ଗାଡ଼ି ଅଟକାଇବାକୁ କହିଥିଲେ। ଧନପୁର ହାଟରେ ଲୋକେ ଏହି ଗାଡ଼ିଟିକୁ ଅଟକାଇଥିଲେ।

୪ ଜଣ ଯୁବକ ଧରାପଡ଼ିଥିଲେ। ଏମାନେ ତକତପୁର ଓ କରତବସା ଅଞ୍ଚଳର ବୋଲି ଜଣାପଡ଼ିଛି। ଡ୍ରାଇଭରର ନାମ ଖୁସୁମୁଦ୍ଦିନ ବୋଲି ଜଣାପଡ଼ିଛି। ଏମାନେ ଗାଡ଼ିରେ ୩ଟି ଖାସି ନେଇଆସିଥିଲେ।
ଖବର ପାଇ ସଦର ଥାନା ଆଇଆଇସି ତିଳୋତ୍ତମା ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅଭିଯୁକ୍ତମାନଙ୍କୁ ନେଇଯାଇଥିଲେ।

image