30 March 2017
10:08:14 PM
Sambad News
ମୟୂରଭଞ୍ଜ

ରାତି ଅଧରେ ଘରେ କଳାକନା ବୁଲାଇ ଦେଲେ :୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌

By Sambad | Date: Dec 31 2016 12:17AM
ରାତି ଅଧରେ ଘରେ କଳାକନା ବୁଲାଇ ଦେଲେ :୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌
Photo by : tamil.samayam.com

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଦିଗାନଗର ଗାଁର ହରେକୃଷ୍ଣ ପରିଡାଙ୍କ ଘରେ ଗତ ରାତିରେ ହୋଇଥିବା ଲୁଟ୍‌ନେଇ ଆଜି ପୁଲିସ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଜାରି ରଖିଛନ୍ତି। ଦୁର୍ବୁତ୍ତମାନେ ଗତ ରାତିରେ ଘରେ ପଶି ଆଲମିରା ଭାଙ୍ଗି ପାଞ୍ଚ ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଲୁଟି ନେଇଥିଲେ। ବିଳମ୍ବିତ ରାତିରେ ପରିବାର ଲୋକେ ଜାଣିବା ବେଳକୁ ଲୁଟେରମାନେ ଘରେ କଳାକନା ବୁଲାଇ ସାରିଥିଲେ। 
 
ପରିବାର ଲୋକଙ୍କ କହିବା ମୁତାବକ କିଛି ଦିନ ପୂର୍ବରୁ ଆଲ୍‌ବମ ସୁଟିଂ କରିବାକୁ କିଛି ଯୁବକ ଯୁବତୀ ଭୁବନେଶ୍ୱରରୁ ଆସିଥିଲେ। ସେମାନେ ହରେକୃଷ୍ଣଙ୍କ ଘରେ ସୁଟିଂ କରିଥିଲେ। ଏହି ଘଟଣା ପଛରେ ସେମାନଙ୍କ ସଂପୃକ୍ତି ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ବୈଶିଙ୍ଗା ଥାନାଧିକାରୀ ରମାକାନ୍ତ ମୁଦୁଲି, ଏସଆଇ ପ୍ରଭାକର ରାଉତ ତଦନ୍ତ କରୁଛନ୍ତି। ହରେକୃଷ୍ଣଙ୍କ ଏତଲା ଭିତ୍ତିରେ ବୈଶିଙ୍ଗା ଥାନାରେ କେସ୍‌ ନମ୍ବର ୨୦୨/୨୦୧୬ ମାମଲା ରୁଜୁ ହୋଇଛି। ଆଜି ସାଇଣ୍ଟିଫିକ ଅଫିସର ଏଲସି ଚାନ୍ଦ, ଫିଙ୍ଗରପ୍ରିଣ୍ଟ ଅଫିସର ଏମଆର ପ୍ରସାଦ, ଫଟୋଗ୍ରାଫର ବନମାଳୀ ମହାନ୍ତି, ଡଗ୍‌ମାଷ୍ଟର ସତ୍ୟବ୍ରତ ଦାସ ପ୍ରମୁଖ ତଦନ୍ତ କରିଛନ୍ତି। ତେବେ ସନ୍ଧାନୀ କୁକୁର ଲୁଟେରାଙ୍କ ପିଛା କରିବାରେ ବିଫଳ ହୋଇଛି।