25 May 2017
4:02:57 PM
image
Sambad News
ମୟୂରଭଞ୍ଜ

କାମ କଲାବେଳେ ନରେଗା ଶ୍ରମିକ ମୃତ

By Sambad | Date: Dec 31 2016 12:26AM
କାମ କଲାବେଳେ ନରେଗା ଶ୍ରମିକ ମୃତ
Photo by : wordpress.com

ଯଶିପୁର : ଏମ୍‌ଜିନରେଗା ଯୋଜନାରେ ରାସ୍ତା କଡ଼େ ଗାତ ଖୋଳୁଥିବା ଜଣେ ଶ୍ରମିକଙ୍କ ଆଜି ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ  ଗୋଇଲି ଗାଁର ହରିଶ ଚନ୍ଦ୍ର ନାୟକ(୫୪)। ସେ କାମ କରୁଥିବା ବେଳେ ହଠାତ୍‌ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ହରିଶଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଅନ୍ତର୍ଗତ ମାଟିଆଗଡ଼ ପଞ୍ଚାୟତର ଗୋଇଲି ଗ୍ରାମରେ।
 
ଶ୍ରମିକ ଜଣକ ଅସୁସ୍ଥ ହୋଇ ପଡ଼ିଥିବା ଖବର ପାଇ ସଂପୃକ୍ତ ପଞ୍ଚାୟତର ଜିଆର୍‌ଏସ୍‌ ଗିରିଜା ଶଙ୍କର ନନ୍ଦ, କନିଷ୍ଠ ଯନ୍ତ୍ରୀ ପଙ୍କଜିନୀ ସିଂ ପହଞ୍ଚି ସଂଜ୍ଞାହୀନ ହରିଶଙ୍କୁ ଯଶିପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କରଂଜିଆ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ଳକ ପ୍ରଶାସନ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସରକାରୀ ନିୟମମତେ ସହାୟତା ପ୍ରଦାନ କରାଯିବ ବୋଲି ବିଡିଓ ଧର୍ମେନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।

image