26 May 2017
10:24:26 PM
image
Sambad News
ମୟୂରଭଞ୍ଜ

ବିଷାକ୍ତ ମଦ ପିଇ ମୃତ!

By Sambad | Date: Jan 3 2017 2:43AM
ବିଷାକ୍ତ ମଦ ପିଇ ମୃତ!

ରାସଗୋବିନ୍ଦପୁର/ମାଣିଦା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଷାକ୍ତ ମଦମୃତ୍ୟୁ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍‌ରୁ। ଚୋରା ମଦ ବ୍ୟବସାୟୀ ଶରତ କାମିଳିଆଙ୍କ ଘର ଆଗରେ ସାରୁମୂଳା ପଞ୍ଚାୟତର ବାଘସାହି ଗ୍ରାମର ଲାମାୟ ଟୁଡୁ (୪୫)ଙ୍କର ମୃତଦେହ ପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେିଛି। ଲାମାୟ ଗତକାଲି ରାତିରେ ତାଙ୍କ ବନ୍ଧୁଘରକୁ ଭୋଜି ଖାଇବାକୁ ଯାଇ ଫେରିବା ବାଟରେ ମଦ ପିଇବାକୁ ଶରତ ଘରେ ପଶିଥିଲେ। ତେବେ ରାତିରେ ସେ ଆଉ ଆଉ ଫେରିନଥିଲେ। ସକାଳେ ଶରତଙ୍କ ଘର ସାମନା ବାଲିଗଦାରେ ମୃତଦେହ ପଡ଼ିଥିବା ଲୋକେ ଦେଖିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

image