26 May 2017
2:50:34 PM
image
Sambad News
ମୟୂରଭଞ୍ଜ

ପରିତ୍ୟକ୍ତ ବ୍ୟାଗ୍‌ ଖୋଲିବାରୁ ବିସ୍ଫୋରଣ: ୨ ଶିଶୁଙ୍କ ସମେତ ମହିଳା ଗୁରୁତର

By Sambad | Date: Dec 31 2016 3:29PM
ପରିତ୍ୟକ୍ତ ବ୍ୟାଗ୍‌ ଖୋଲିବାରୁ ବିସ୍ଫୋରଣ: ୨ ଶିଶୁଙ୍କ ସମେତ ମହିଳା ଗୁରୁତର
Forumspotz

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚେଞ୍ଚଟା ଗାଁରେ ବିସ୍ପୋରଣ ଘଟି ୨ ଶିଶୁଙ୍କ ସହିତ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଙ୍କ ନାମ ପଦ୍ମାବତୀ ନାୟକ(୩୦) ହୋଇଥିବା ବେଳେ ଶିଶୁ ୨ ଜଣ ହେଲେ ସମୀର ନାୟକ(୮) ଓ ରାଖି ନାୟକ(୩)। ଆହତଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
 
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ପଦ୍ମାବତୀ ନାୟକଙ୍କ ସ୍ୱାମୀ ଜଙ୍ଗଲକୁ ଯାଇଥିଲା ବେଳେ ଗୋଟିଏ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଏହାକୁ କୌତୁହଳବଶତଃ ଘରକୁ ନେଇ ଆସିଥିଲେ।ମାତ୍ର ଘରେ ରଖିବାର କିଛି ସମୟ ପରେ ବ୍ୟାଗ୍‌ଟି ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା
 

image