27 March 2017
12:14:53 AM
Sambad News
ମୟୂରଭଞ୍ଜ

ଲାଞ୍ଚ୍‌ ନେଲା ବେଳେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

By Sambad | Date: Jan 11 2017 5:47PM
ଲାଞ୍ଚ୍‌ ନେଲା ବେଳେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ବୁଧବାର ମୟୂରଭଞ୍ଜ ଜିଲ୍ଲାର ଦାନାଦାର ସେବାଶ୍ରମ ସ୍କୁଲ୍‌ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସେଠୀ ୬,୦୦୦ଟଙ୍କା ଲାଞ୍ଚ୍‌ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ଦାନାଦାର ସ୍ୱୟଂ ସହାୟକ ଗୋଷ୍ଠୀର ନାମରେ ୨୩,୦୦୦ଟଙ୍କା ଚେକ୍‌ ଦେବା ପାଇଁ ସେ ଗୋଷ୍ଠୀର  ସଭପତି ଶ୍ରୀମତୀ ସୌଭାଗ୍ୟ ନାଏକଙ୍କ ଠାରୁ ୬,୦୦୦ଟଙ୍କା ଲାଞ୍ଚ୍‌ ନେବେ ବୋଲି ଦାବି କରିଥିଲେ। ଏ ସମ୍ପର୍କରେ ଶ୍ରୀମତୀ ନାୟକ ଭିଜିଲାନ୍ସ୍‌କୁ ଖବର ଦେଇଥିଲେ।  ଶ୍ରୀ ପତାପ ଶିକ୍ଷକ ସେଠୀ  ଲାଞ୍ଚ୍‌ ନେଉଥିଲେ ଭିଜିଲାନ୍ସ୍‌ ଦ୍ୱାରା ବିଛା ଯାଇଥିବା ଜାଲରେ ସେ ଫସି ଯାଇଥିଲେ।